Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ରାଲିରେ କରୋନା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ, ବେଲଗାବି ପୋଲିସ କମିଶନରଙ୍କୁ ସମାଲୋଚନା କଲେ କର୍ଣ୍ଣାଟକ ହାଇକୋର୍ଟ

26/05/2021 at 9:05 PM

ବେଙ୍ଗାଲୁରୁ ୨୬/୫: କରୋନା ନିୟମ ଭଙ୍ଗ କରି ବଡ଼ ରାଲି ଆୟୋଜନ କରିଥିବା ବିଜେପିର ହେଭିଓ୍ବେଟଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ବେଲଗାବି କମିଶନରଙ୍କୁ ସମାଲୋଚନା କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଚଳିତବର୍ଷ ଜାନୁଆରୀରେ ବେଲଗାବି ସହରରେ ଆୟୋଜିତ ରାଲିରେ କୋଭିଡ୍‌ ପ୍ରୋଟୋକଲର ଉଲ୍ଲଂଘନ କରାଯାଇଥିଲା। ୧୭ ଜାନୁଆରୀରେ ଗୃହମନ୍ତ୍ରୀ ଏବଂ ବିଜେପି ନେତା ଅମିତ ଶାହାଙ୍କ ରାଲିରେ ଅନେକ ଲୋକ ବିନା ମାସ୍କରେ ଏବଂ ସାମାଜିକ ଦୂରତା ନରଖି କୋଭିଡ୍‌ ନିୟମର ଧଜିଆ ଉଡ଼ାଇଥିଲେ । ଲୋକସଭା ଉପନିର୍ବାଚନ ପାଇଁ ଏହି ରାଲିର ଆୟୋଜନ ହୋଇଥିଲା।  

ପୋଲିସ କମିଶନର କର୍ଣ୍ଣାଟକର ମହାମାରୀ ଅଧନିୟମ ୨୦୨୦ର ଅଣଦେଖା କରିଥିବା କହିଛନ୍ତି ମୁଖ୍ୟ ବିଚାରପତି ଅଭୟ ଶ୍ରୀନିବାସ ଏବଂ ଜଷ୍ଟିସ୍‌ ସୁରଜ ଗୋବିନ୍ଦରାଜଙ୍କ ଖଣ୍ଡପୀଠ।  ଏହା ସହ କମିଶନରଙ୍କ ସ୍ପଷ୍ଟୀକରଣରୁ ଜଣାପଡ଼ୁଛି ସେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କୌଣସି ମାମଲା କରିନାହାନ୍ତି ବୋଲି ଖଣ୍ଡପୀଠ କହିଛନ୍ତି। ରାଷ୍ଟ୍ରୀୟ ମାନବାଧିକାର ସଂରକ୍ଷଣ ଏବଂ ଭ୍ରଷ୍ଟାଚାର ଅପରାଧ ନିୟନ୍ତ୍ରଣ ଆୟୋଗ ଦ୍ବାରା କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ଏହା କହିଛନ୍ତି କୋର୍ଟ।

କମିଶନର ଅତି ହାଲକା ଭାବେ ମାମଲାକୁ ନେଇଛନ୍ତି। ବେଲଗାବିରେ ସାମାଜିକ ଦୂରତା ଭଳି ନିୟମର ଉଲ୍ଲଂଘନ କରାଗଲା କିନ୍ତୁ କମିଶନର କେବଳ ୨୦,୯୦୦ ଜରିମାନା ଆଦାୟ କରି ସନ୍ତୁଷ୍ଟ ହୋଇଗଲେ ବୋଲି କୋର୍ଟ କହିବା ସହ କମିଶନରଙ୍କୁ ସ୍ପଷ୍ଟୀକରଣ ଦେବାକୁ ୩ ଜୁନ ଯାଏ ସମୟ ଦେଇଛନ୍ତି । ଆୟୋଜିତ ରାଲିରେ ମାସ୍କ ନପିନ୍ଧିବା ସହ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ହୋଇଥିବା ନେଇ ୧୨ ମାର୍ଚ୍ଚରେ କହିଥିଲେ କର୍ଣ୍ଣାଟକ ହାଇକୋର୍ଟ । ଉଲ୍ଲଂଘନକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସେତେବେଳେ ପୋଲିସ କମିଶନରଙ୍କୁ ନିର୍ଦେଶ ଦେଇଥିଲେ କୋର୍ଟ।

   Related Posts