ଭାରତୀୟଙ୍କ ଉତ୍ସବ ନୁହେଁ ‘ନୂଆ ବର୍ଷ’, Covidରେ ଅର୍ଥହୀନ ପର୍ବ ପାଳନରୁ ଦୂରେଇ ରହିବାକୁ କହିଲେ କର୍ଣ୍ଣାଟକ ମନ୍ତ୍ରୀ

Published By : Prameya-News7 Bureau | December 04, 2020 IST

ବେଙ୍ଗାଲୁରୁ ୪।୧୨:  କରୋନାଭାଇରସ ମହାମାରୀରେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଡାକ୍ତରୀ ଶିକ୍ଷାମନ୍ତ୍ରୀ ଡା. କେ.ସୁଧାକର ଲୋକଙ୍କୁ ନୂଆବର୍ଷ ଅବସରରେ ଅର୍ଥହୀନ ଉତ୍ସବରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି। ନିକଟରେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା କରୋନା ଲାଗି ଗଠିତ ବୈଷୟିକ ପରାମର୍ଶଦାତା କମିଟି(ଟିଏସି) ଜାନୁୟାରୀ-ଫେବୃଆରୀ ୨୦୨୧ରେ ରାଜ୍ୟକୁ କୋଭିଡ-୧୯ ମହାମାରୀ ଦ୍ୱିତୀୟ ଲହର ଲାଗି ଆଶଙ୍କା ପ୍ରକାଶ କରିଛନ୍ତି। ଏଣୁ ସ୍ୱାସ୍ଥ୍ୟମନ୍ତ୍ରୀ ଲୋକଙ୍କୁ ଏଥିଲାଗି ସତର୍କତା ଅବଲମ୍ବ କରିବା ଲାଗି ନିବେଦନ କରିଛନ୍ତି।

{"id":372551,"sizeSlug":"large"}

କର୍ଣ୍ଣାଟକ ସରକାର ଏବେ ରାତ୍ରିକାଳୀନ କର୍ଫ୍ୟୁ ଲାଗି ବିଚାର କରୁନାହାନ୍ତି। ତେବେ ଏଥିପ୍ରତି ନାଗରିକ ନିଜେ ସଚେତନ ରହିବା ଦରକାର ବୋଲି ସୁଧାକର କହିଛନ୍ତି। କୋଭିଡ-୧୯ରୁ ବର୍ତ୍ତିବା ଲାଗି ସରକାର ଲୋକଙ୍କ ନିମନ୍ତେ ଜାରି କରିଥିବା ନିର୍ଦ୍ଦେଶାବଳୀ ସଠିକ ପାଳନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏଣୁ ଲୋକେ ନିଜ ପରିବାର ଓ ପ୍ରିୟଜନଙ୍କ ପ୍ରତି ସମ୍ବେଦନଶୀଳ ହେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

{"id":372552,"sizeSlug":"large"}

ଅଧିକନ୍ତୁ ନୂଆବର୍ଷ ଆମ ଭାରତୀୟମାନଙ୍କ ପର୍ବ ନୁହେଁ ବୋଲି କହିଚନ୍ତି ସୁଧାକର । ୨୦୨୦ରେ ଆମେ ଆମର ଅନେକ ପ୍ରିୟଜନଙ୍କୁ ହରାଇଛେ। ଅନେକ ଲୋକ ଚାକିରୀ ହରାଇଛନ୍ତି ପରିବାରର ଆର୍ଥିକସ୍ଥିତି ଉଜୁଡି ଯାଇଥିବା ମନ୍ତ୍ରୀ କହିଛନ୍ତି। ତେବେ ରାଜ୍ୟରେ ନୂଆବର୍ଷ ଉତ୍ସବ ନିଷିଦ୍ଧ ହେବ କି ନା ସେ ନେଇ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି। ତେବେ ବୃହତ୍ତ ବେଙ୍ଗାଲୁର ମହାନଗର ପାଳିକା(ବିବିଏମପି) କମିଶନର ଏନ. ମଞ୍ଜୁନାଥ ପ୍ରସାଦ ରାସ୍ତାଘାଟରେ ନୂଆବର୍ଷ ପାଳନ କରିବାକୁଥିବା ଲୋକଙ୍କୁ କିପରି ପରିଚାଳନା କରାଯିବ ସେଥିଲାଗି ପାଳିକା ସମସ୍ତ ବ୍ୟବସ୍ଥା କରିସାରିଥିବା କହିଛନ୍ତି।

{"id":372553,"sizeSlug":"large"}

ସଡକ, ପବ ଓ ବାରରେ ବଡଦିନ ଓ ନୂଆବର୍ଷ ବେଳେ ଲୋକଙ୍କ ଭିଡ କିପରି ନିୟନ୍ତ୍ରଣ କରାଯିବ ସେଥିଲାଗି ନଗରନିଗମର ପ୍ରସ୍ତୁତି ସରିଥିବା ବେଳେ ସରକାର ମାଗିଥିବା ମତାମତର ଜବାବ ମଧ୍ୟ ଦିଆଯାଇଛି। ତେବେ ନୂଆବର୍ଷ ପାଳନ ନେଇ ସରକାରଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ବୋଲି କହିଛନ୍ତି ବିଏମପି କମିଶନର।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.