Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୋଗୀ ମୋଡେଲ୍‌ରୁ ବେଙ୍ଗାଲୁରୁ ହିଂସାର ଦୋଷୀଙ୍କୁ ଉଚିତ୍ ଶିକ୍ଷା ଦେବେ ୟେଦୁରପ୍ପା

17/08/2020 at 4:31 PM

ବେଙ୍ଗାଲୁରୁ ୧୭।୦୮: କର୍ଣ୍ଣାଟକ ସରକାର ୟୁପିର ଯୋଗୀ ଆଦିତ୍ୟନାଥ ସରକାରଙ୍କ ମାର୍ଗକୁ ଅନୁସରଣ  କରି ହିଂସା ସମୟରେ ସରକାରୀ ଓ ବେସରକାରୀ ସଂପତ୍ତିର ନଷ୍ଟ କରିଥିବା ଉପଦ୍ରବୀଙ୍କଠୁ କ୍ଷତିପୂରଣ ଆଦାୟ କରିବାକୁ ଘୋଷଣା କରିଛନ୍ତି। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ସୋମବାର ଗୋଟିଏ ପରେ ଗୋଟିଏ ଅନେକ ଟ୍ଵିଟ୍ ଜରିଆରେ ଘୋଷଣା କରି କହିଛନ୍ତି କେଜି ହାଲି ଓ ଡିଜି ହାଲିରେ ହିଂସା ସମୟରେ ସରକାରୀ ଓ ଘରୋଇ ସଂପତ୍ତିର କ୍ଷୟକ୍ଷତିର ଆକଳନ କରାଯାଉଛି। ଦୋଷୀଙ୍କଠୁ କ୍ଷତିର ଭରଣା କରାଯିବ। ସୁପ୍ରିମକୋର୍ଟଙ୍କ ଆଦେଶ ପରେ କ୍ଲେମ୍ କମିସନରଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାର ହାଇକୋର୍ଟ ଯିବେ।

ମୁଖ୍ୟମନ୍ତ୍ରୀ ୟେଦୁରପ୍ପା କହିଛନ୍ତି ଡିଜେ ହାଲି ଓ କେଜି ହାଲିରେ ଘଟିଥିବା ହିଂସାର ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ଦୋଷୀଙ୍କ ବିରୋଧରେ ୟୁଏପିଏ ମଧ୍ୟ ଲଗାଯିବ। ଘଟଣାର ତଦନ୍ତ ପାଇଁ ପୂର୍ବରୁ ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍(ଏସଆଇଟି)ର ଗଠନ କରାଯାଇଛି। କେସ୍‌ର ଶୀଘ୍ର ଶୁଣାଣି ପାଇଁ ତିନି ସ୍ଵତନ୍ତ୍ର ଓକିଲଙ୍କ ନିଯୁକ୍ତି କରାଯିବ। ଆବଶ୍ୟକ ପଡିଲେ ଏସଆଇଟି ଗୁଣ୍ଡା ଆକ୍ଟ ଲଗାଇବା ଉପରେ ମଧ୍ୟ ବିଚାର କରୁଛି।

ଏହା ପୂର୍ବରୁ ସଂଶୋଧିତ ନାଗରିକତା ଆଇନ୍ ବିରୋଧରେ ଉତ୍ତର ପ୍ରଦେଶରେ ହିଂସାତ୍ମକ ପ୍ରଦର୍ଶନ କରିଥିବା ଲୋକଙ୍କଠୁ କ୍ଷତିପୂରଣ ଆଦାୟ କରିବାକୁ ଯୋଗୀ ଆଦିତ୍ୟନାଥ ସରକାର ଆଦେଶ  ଦେଇଥିଲେ। ଉତ୍ତର ପ୍ରଦେଶ ସରକାର ହିଂସା ଅଥବା ଦଙ୍ଗା ସମୟରେ ସାର୍ବଜନୀନ ସଂପତ୍ତିର ଭଙ୍ଗାରୁଜା ଏବଂ ନିଆଁ ଲଗାଇ କ୍ଷତି କରୁଥିବା ଲୋକଙ୍କ ବିରୋଧରେ  ନୂତନ ଆଇନ ମଧ୍ୟ ପ୍ରଣୟନ କରିବାକୁ ଯାଉଛି। ସରକାର ମାର୍ଚ୍ଚ ୧୩ରେ ଉତ୍ତର ପ୍ରଦେଶ ରିକଭରୀ ଫର ଡ୍ୟାମେଜ ଟୁ ପବ୍ଲିକ ଆଣ୍ଡ ପ୍ରାଇଭେଟ୍ ଅଧ୍ୟାଦେଶ-୨୦୨୦କୁ ମଞ୍ଜୁରୀ ଦେଇଥିଲେ।

ସୂଚନାଯୋଗ୍ୟ, ଗତ ଦିନରେ ଏକ ଫେସବୁକ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ଉପଦ୍ରବୀ ମାନେ ଭଙ୍ଗାରୁଜା ସହ ପୋଡାଜଳା କରିଥିଲେ। ଶହ ଶହ ଗାଡିରେ ନିଆଁ ଲଗାଇବା ସହିତ ଥାନା ଏବଂ ଜଣେ କଂଗ୍ରେସ ବିଧାୟଜଙ୍କ ଘରେ ଭଙ୍ଗାରୁଜା କରିଥିଲେ।

   Related Posts