ବେଙ୍ଗାଲୁରୁରେ ହେବ ନାହିଁ ଆଇପିଏଲ ମ୍ୟାଚ୍, ମୋଦୀ ସରକାରଙ୍କୁ ଚିଠି ଲେଖିଲେ କର୍ଣ୍ଣାଟକ ସରକାର

Published By : Prameya-News7 Bureau | March 10, 2020 IST

ବେଙ୍ଗାଲୁରୁ ୧୦।୦୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଯାଉଛି। ମାତ୍ର କରୋନା ଭୂତାଣୁ କାରଣରୁ ବିଶ୍ଵର ଏହି ଧର୍ଣ୍ଣାଢ୍ୟ କ୍ରିକେଟ୍ ଲିଗ୍ ଉପରେ ସଙ୍କଟର ବାଦଲ ରହିଛି। ସଂପ୍ରତି କରୋନ କାରଣରୁ ଅନେକ  କ୍ରୀଡାର ଆୟୋଜନକୁ ସ୍ଥଗିତ ରଖାଯାଇଛି। ସଦ୍ୟତମ ଖବର ଅନୁଯାୟୀ କର୍ଣ୍ଣାଟକ ସରକାର କରୋନା ଭୂତାଣୁର ବିପଦକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ ଆଇପିଏଲ ମ୍ୟାଚର ଆୟୋଜନ କରିବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ମୋଦୀ ସରକାରଙ୍କୁ ଚିଠି ମଧ୍ୟ ଲେଖିଛନ୍ତି।

{"id":236237,"width":750,"height":422,"sizeSlug":"large"}

ବେଙ୍ଗାଲୁରୁରେ ଆଇପିଏଲ ମ୍ୟାଚ୍ ହେବ ନାହିଁ ?

କର୍ଣ୍ଣାଟକର ଚ୍ୟାନେଲ୍ ଦିଗବିଜୟ ୨୪/୭ର ରିପୋର୍ଟ ମୁତାବକ, କର୍ଣ୍ଣାଟକ ସରକାର ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ୍ ଆୟୋଜିତ କରିବାକୁ ମନା କରି ଦେଇଛନ୍ତି। କର୍ଣ୍ଣାଟକ ସରକାର କରୋନା ଭୂତାଣୁର ପ୍ରକୋପକୁ ଦୃଷ୍ଟିରେ ରଖି ଏହି ସମ୍ବନ୍ଧରେ ମୋଦୀ ସରକାରଙ୍କୁ ଚିଠି ଲେଖିଛନ୍ତି। ଉଲ୍ଲେଖନୀୟ ସୋମବାର ବେଙ୍ଗାଲୁରୁ ସହରରେ କରୋନା ଭୂତାଣୁ ସଂକ୍ରମିତଙ୍କ ନୂତନ ମାମଲା ସାମ୍ନାକୁ ଆସିଛି।

{"id":236236,"width":751,"height":469,"sizeSlug":"large"}

ମହାରାଷ୍ଟ୍ରରେ ମଧ୍ୟ ଆଇପିଏଲ ଉପରେ ବିପଦ !

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ସରକାର ପୂର୍ବରୁ ମହାରାଷ୍ଟ୍ର ସରକାରର ସ୍ଵାସ୍ଥ୍ୟ ମନ୍ତ୍ରୀ ମଧ୍ୟ କରୋନା ଭୂତାଣୁ ମଧ୍ୟରେ ଆଇପିଏଲ ଆୟୋଜନ ନକରିବାକୁ  କହିଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ନିକଟରେ ବୟାନ ଦେଇଥିଲେ ଯେ, ଏକ ସଙ୍ଗେ ଏତେ ମାତ୍ରାରେ ଲୋକଙ୍କ ଭିଡ ଜମିଲେ କରୋନା ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ। ଏଥିପାଇଁ ଆଇପିଏଲ ପରି ଟୂର୍ଣ୍ଣାମେଣ୍ଟକୁ ସଂପ୍ରତି ଘୁଞ୍ଚାଇ ଦେବା ଉଚିତ୍। ଅନ୍ୟପଟେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଇପିଏଲ ଲାଗି କରୋନା ଭୂତାଣୁକୁ ବିପଦ ମାନନ୍ତି ନାହିଁ। ତାଙ୍କ କହିବା କଥା ଆଇପିଏଲ ପୂର୍ବ ନିର୍ଦ୍ଧାରିତ ସମୟରେ ଆୟୋଜନ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.