Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କର୍ଣ୍ଣାଟକରେ ୧୨ ଦିନରେ ୬ ଥର ଭୂକମ୍ପ ଅନୂଭୂତ, ପୁଣି ଥରିଲା ବିଦର ଏବଂ କଲବୁର୍ଗୀ

12/10/2021 at 5:31 PM

ବେଙ୍ଗାଲୁରୁ ୧୨/୧୦: କର୍ଣ୍ଣାଟକର କଲବୁର୍ଗୀ ଜିଲ୍ଲାରେ ମଙ୍ଗଳବାର ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ରିକ୍ଟର ସ୍କେଲ୍‌ରେ ତୀବ୍ରତା ୩.୬ ଥିବା ଜଣାପଡ଼ିଛି। ଏଥିରେ କୌଣସି ଧନ ଜୀବନ ନଷ୍ଟ ହୋଇଥିବା ନେଇ ସୂଚନା ମିଳିପାରି ନାହିଁ। ତେବେ ଅକ୍ଟୋବର ପହିଲାରୁ ଏବେ ଯାଏଁ ବିଦର ଏବଂ କଲବୁର୍ଗୀ ଅଞ୍ଚଳରେ ଉତ୍ତର କର୍ଣ୍ଣାଟକ କ୍ଷେତ୍ରରେ ୬ ଥର ଭୂକମ୍ପ ଅନୁଭୂତ ହୋଇଛି।

୧ ଏବଂ ୫ ଅକ୍ଟୋବରରେ ଦୁଇ ଥର ୧୧ ଏବଂ ୧୨ ଅକ୍ଟୋବରରେ ମୋଟ ୪ ଥର ଭୂମିକମ୍ପ ଆସିଥିବା ସୂଚନା ମିଳିଛି। କର୍ଣ୍ଣାଟକ ପ୍ରାକୃତିକ ବପର୍ଯ୍ୟୟ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋମବାର ସକାଳେ କଲବୁର୍ଗୀର ଗଡ଼ୀକେଶ୍ବରୀ ଗାଁ ପାଖରେ ଥରେ ଏବଂ ରାତି ୯.୫୫ରେ ସେହି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ମଙ୍ଗଳବାର ସକାଳେ ଚିଞ୍ଚୋଲିର କାନପୁର ଗାଁକୁ ଥରାଇ ଦେଲା ଭୂମିକମ୍ପ । ଯାହାର କେନ୍ଦ୍ର ଥିଲା କୁପନୂର।

ଲଗାତାର ଭୂମିକମ୍ପ ଯୋଗୁଁ ଭୟରେ ଲୋକେ ରାତି ସାରା ଘର ବାହାରେ ଥିଲେ ବୋଲି ପୋଲିସ କହିଛି। ସେପଟେ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ କେନ୍ଦ୍ର ପକ୍ଷରୁ ଭୂବିଜ୍ଞାନୀମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଛି। ଏବେ କମ୍‌ ତୀବ୍ରତାରେ ଭୂମିକମ୍ପ ଆସୁଥିବା ବେଳେ ଆଗକୁ ତୀବ୍ରତା ବଢ଼ିଲେ କଣ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି ।  

   Related Posts