କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ଏୟାର ଆମ୍ବୁଲାନ୍ସରେ ଅଣାଗଲା ହାଇଦ୍ରାବାଦ, Covidରେ ପରିବାରର ୮ ସଦସ୍ୟ ଆକ୍ରାନ୍ତ

Published By : Prameya-News7 Bureau | October 19, 2020 IST

ବେଙ୍ଗାଲୁରୁ ୧୯।୧୦:  କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଗୋବିନ୍ଦ କାରଜୋଲଙ୍କ ପୁଅ ଗୋପାଲ କାରଜୋଲଙ୍କୁ ସୋମବାର ବେଙ୍ଗାଲୁରୁରୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ଅଣାଯାଇଛି। ଗୋପାଲ କୋଭିଡ ସଂକ୍ରମିତ ହୋଇଥିବା ବେଳେ ସେ ଗତ ୨୪ ଦିନ ହେଲା ଭେଣ୍ଟିଲେଟରରେ ଥିଲେ। ଗୋପାଲଙ୍କ ବ୍ୟତୀତ ଗୋବିନ୍ଦଙ୍କ ପରିବାରର ଅନ୍ୟ ୮ ଜଣ ସଦସ୍ୟ ମଧ୍ୟ କୋଭିଡ-୧୯ରେ ଆକ୍ରାନ୍ତ ଥିବା ଜଣାପଡିଛି।

ନିକଟରେ କର୍ଣ୍ଣାଟକ ବିଧାନସଭା ଅଧିବେଶନ ହୋଇଥିଲା। ଏହି ଅଧିବେଶନ କାଳରେ ମନ୍ତ୍ରୀମଣ୍ଡଳର କେତେକ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ। ଏଥିରେ ଗୋବିନ୍ଦ କାରଜୋଲଙ୍କ ପରିବାର ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। କରୋନା ଆକ୍ରାନ୍ତ ହେବା ଯୋଗୁ ଉପମୁଖ୍ୟମନ୍ତ୍ରୀ କଲବୁର୍ଗି ବନ୍ୟାଅଞ୍ଚଳ ପରିଦର୍ଶନରେ ଯିବାକୁ ଟ୍ୱିଟ୍‌ରେ ନିଜର ଅସମର୍ଥତା ବ୍ୟକ୍ତ କରିଥିଲେ। ଏଥିରେ ସେ ଓ ତାଙ୍କ ସହ ପରିବାରର ୮ ସଦସ୍ୟ ଆକ୍ରାନ୍ତ ହୋଇଥିବା ସୂଚିତ କରିଥିଲେ।

ଗୋବିନ୍ଦ କାରଜୋଲ ବାଗଲକୋଟର ମୁଧେଲରୁ ବିଧାୟକ ନିର୍ବାଚିତ ହୋଇଛନ୍ତି। ସେ ବାଗଲକୋଟ ଓ କୁଲବର୍ଗିର ପ୍ରଭାର ମନ୍ତ୍ରୀ ମଧ୍ୟ । ଉଭୟ ଜିଲ୍ଲା ଏବେ ବନ୍ୟାରେ ଗୁରୁତର ପ୍ରଭାବିତ ହୋଇଛି। ୪୩ ବର୍ଷ ବୟସ୍କ ଗୋପାଲ କାରଜୋଲ ଗୋବିନ୍ଦଙ୍କ ବଡ ପୁଅ। ସେ ୨୦୧୮ ବିଧାନସଭା ନିର୍ବାଚନରେ ନଗାଥନ ନିର୍ବାଚନ ମଣ୍ଡଳିରୁ ପ୍ରତିଦ୍ୱନ୍ଦ୍ୱୀତା କରି ପରାସ୍ତ ହୋଇଥିଲେ। ଗୋପାଲ ଏବେ କୋଭିଡରେ ଗୁରୁତର ଆକ୍ରାନ୍ତ ଥିବା ବେଳେ ଏଥିଲାଗି ହୁଏତ ତାଙ୍କ ଲଙ୍ଗ ଟ୍ରାନ୍ସପ୍ଲାଣ୍ଟ ହୋଇପାରେ ବୋଲି ଗୋବିନ୍ଦ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.