Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||
  • ମାଲକାନଗିରି : ମାନିଲେନି କୋଭିଡ୍ ନିୟମ, ସିଲ୍ ହେଲା ଦୋକାନ
  • ||
  • ଧର୍ମଗଡ : ଧର୍ମଗଡ ବଣିକ ସଂଘର ବଡ ନିଷ୍ପତ୍ତି, ଶନିବାର ଓ ରବିବାର ସଂପୂର୍ଣ୍ଣ ବନ୍ଦ ରହିବ ସହର
  • ||
  • କଟକ : ସ୍ବରେଜ ମ୍ୟାନ୍‌ହୋଲ୍‌ରେ ଶ୍ବାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||

କର୍ଣ୍ଣାଟକ ପଲିଟିକ୍ସରେ ନୂଆ ମୋଡ : ସଂଧ୍ୟା ସୁଦ୍ଧା ଇସ୍ତଫା ଦେଇଥିବା ବିଧାୟକଙ୍କୁ ବାଚସ୍ପତିଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ

11/07/2019 at 2:03 PM

ନୂଆଦିଲ୍ଲୀ ୧୧|୭: ଦିନକୁ ଦିନ ଜଟିଳ ହେଉଛି କର୍ଣ୍ଣାଟକ ରାଜନୈତିକ ସଙ୍କଟ । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ କୋର୍ଟ ଆଜି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଇସ୍ତଫା ଦେଇଥିବା ବିଧାୟକମାନେ ଆଜି ସଂଧ୍ୟାରେ ଯାଇ ବିଧାନସଭାରେ ହାଜର ହୁଅନ୍ତୁ । ବାଚସ୍ପତିଙ୍କ ନିକଟରେ ହାଜର ହୋଇ ବିଧିବଦ୍ଧ ଭାବେ  ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।  ବାଚସ୍ପତି ମଧ୍ୟ ପୁରା ଘଟଣାକ୍ରମ ଉପରେ ଆଜି ରାତି ସୁଦ୍ଧା ନିଷ୍ପତ୍ତି ଜଣାଇବେ । ଆସନ୍ତାକାଲି କୋର୍ଟ ଏହା ଉପରେ ଶୁଣାଣି କରିବେ । ସେହିପରି ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି ମଧ୍ୟ ସେ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କଂଗ୍ରେସରୁ ୧୦ ଜେଡିଏସରୁ ୩ ବିଧାୟକ ଇସ୍ତଫା ଦେଇ ମୁମ୍ବାଇରେ ଡେରା ପକାଇଥିବା ବେଳେ ଗତକାଲି ପୁଣି ଦୁଇ ବିଧାୟକ ଇସ୍ତଫା ଦେଇଛନ୍ତି । ଏଭଳି ପରିସ୍ଥିତିରେ କୁମାର ସ୍ବାମୀ ସରକାର ବହୁମତ ହରାଇଛି । ବର୍ତ୍ତମାନ ପରିସ୍ଥିତିରେ ବାଚସ୍ପତି କେ ଆର ରମେଶ କୁମାରଙ୍କ ପାଖରେ ହି ନିଷ୍ପତ୍ତି ଝୁଲି ରହିଛି।  ବାଚସ୍ପତି ଇସ୍ତଫା ଦେଇଥିବା କିଛି ବିଧାୟକଙ୍କ ମଧ୍ୟରୁ କିଛି ବିଧାୟକଙ୍କୁ ନିଲମ୍ବନ କରିପାରନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ ମଧ୍ୟ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ସହିତ ବିଦ୍ରୋହୀ ବିଧାୟକମାନଙ୍କୁ ମନାଇନେଇପାରନ୍ତି। ନହେଲେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ ।  ଯଦି ରାଜ୍ୟପାଳ ସରକାରଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ନିର୍ଦ୍ଦେଶ ଦିଅନ୍ତି ଏବଂ ଏଥିରେ କୁମାର ସ୍ବାମୀ ହାରିଯାଆନ୍ତି ତେବେ ରାଜ୍ୟରେ ନୂଆ ସରକାର ଗଠିତ ହେବ ।  ସଂଧ୍ୟାରେ ବାଚସ୍ପତି ତାଙ୍କ ନିଷ୍ପତ୍ତି ଜଣାଇବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ କ୍ୟାବିନେଟ ବୈଠକ ଡାକିଛନ୍ତି। ଏଥିସହିତ ସେ ଜେଡିଏସ ଅଧ୍ୟକ୍ଷ ଏଚଡି ଦେବେଗୌଡ଼ାଙ୍କୁ ଭେଟିବା କାର୍ଯ୍ୟକ୍ରମ ବି ରହିଛି ।  ସେପଟେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଇସ୍ତଫା ଦାବି କରିବା ସହ ସରକାର ଗଠନ ପାଇଁ ଏକ ପ୍ରକାର ପ୍ରସ୍ତୁତିରେ ଲାଗିପଡିଛି ବିଜେପି ।

   Related Posts