Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ମହାରାଷ୍ଟ୍ର ବାହାରେ ମଧ୍ୟ ବଢିଲା କଙ୍ଗନାଙ୍କ ମୁସ୍କିଲ, ଅଭିନେତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଲେ କର୍ଣ୍ଣାଟକ କୋର୍ଟ

9/10/2020 at 8:32 PM

ବେଙ୍ଗାଲୁରୁ ୦୯।୧୦: କର୍ଣ୍ଣାଟକର ଟୁମକୁରୁ ଜିଲ୍ଲାର ଏକ ଅଦାଲତ କୃଷି ଆଇନ ବିରୋଧରେ ପ୍ରଦର୍ଶନ କରୁଥିବା ଚାଷୀଙ୍କୁ ଟୁଇଟ୍‌ ଜରିଆରେ ସମାଲୋଚନା କରିଥିବା ଅଭିନେତ୍ରୀ କଙ୍ଗନା ରଣାଓ୍ଵତଙ୍କ ବିରୋଧରେ ଶୁକ୍ରବାର ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓକିଲ ଏଲ ରମେଶ ନାଇକଙ୍କ ତରଫରୁ ହୋଇଥିବା ଅଭିଯୋଗ ଆଧାରରେ ଜୁଡିସିଆଲ ମାଜିଷ୍ଟ୍ରେଟ୍  ଫାଷ୍ଟ  କ୍ଲାସ୍(ଜେଏମଏଫସି) କ୍ୟାଥାସାନ୍ଦ୍ରା ପୋଲିସ ଷ୍ଟେସନର ଇନ୍ସପେକ୍ଟରଙ୍କୁ କଙ୍ଗନାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ କହିଛନ୍ତି।

କୋର୍ଟ କହିଛନ୍ତି ଅଭିଯୋଗକାରୀ ସିଆରପିସିର ଧାରା ୧୫୫(୩) ଆଧାରରେ ଆାବେଦନ କରି ତଦନ୍ତ ଦାବି କରିଛନ୍ତି। ଓକିଲ ଏଲ ରମେଶ ନାଇକ ମଧ୍ୟ କ୍ୟାଥାସାନ୍ଦ୍ରା ଅଞ୍ଚଳର ବାସିନ୍ଦା। ସେ କହିଛନ୍ତି ଯେ, କୋର୍ଟ ଅଭିନେତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସ୍ଥାନୀୟ ଥାନାକୁ ଆଦେଶ ଦେଇଛନ୍ତି।

କଙ୍ଗନା ସେପ୍ଟେମ୍ବର ୨୧ରେ ନିଜର ଟ୍ଵିଟର ହ୍ୟାଣ୍ଡେଲରେ @KanganaTeamରୁ ଟ୍ଵିଟ୍ କରି ଲେଖିଥିଲେ, ଯେଉଁ ଲୋକ ସିଏଏ ଉପରେ ଭୁଲ ସୂଚନା ଦେବା ସହ ଗୁଜବ ସୃଷ୍ଟି କରିଥିଲେ, ଯେଉଁ କାରଣରୁ ହିଂସା ଘଟିଲା ଏବେ ସେହି ଲୋକ କୃଷକ ବିରୋଧୀ ଆଇନରେ ଭୁଲ ସୂଚନା ଦେଉଛନ୍ତି, ଯେଉଁଥିରେ ଦେଶରେ ଭୟର ମାହୋଲ ରହିଛି। ଏମାନେ ସବୁ ଆତଙ୍କୀ ବୋଲି କଙ୍ଗନା କହିଛନ୍ତି।

   Related Posts