କର୍ଣ୍ଣାଟକ ମେଣ୍ଟ ସରକାରରେ ରାଜନୈତିକ ସଙ୍କଟ : କୁମାର ସ୍ବାମୀଙ୍କ ଅନୁପସ୍ଥିତିରେ ଇସ୍ତଫା ଦେଲେ ୧୩ ବିଧାୟକ

Published By : Prameya-News7 Bureau | July 07, 2019 IST

ବେଙ୍ଗାଲୁରୁ ୭/୭: କର୍ଣ୍ଣାଟକରେ  ଜଟିଳ ହେଲା ରାଜନୈତିକ ସଙ୍କଟ । କଂଗ୍ରେସ ଓ ଜେଡିଏସ୍ ର ମୋଟ୍  ୧୩ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ବାଚସ୍ପତିଙ୍କ ଅନୁପସ୍ଥିତିରେ ସଚିବଙ୍କୁ ସେମାନେ ଇସ୍ତଫା ପତ୍ର ପଠାଇଛନ୍ତି । ଫଳରେ ମେଣ୍ଟ ସରକାର ଏକ ପ୍ରକାର ଭାଙ୍ଗିବା  ପ୍ରାୟ ନିଶ୍ଚିତ ହୋଇ ସାରିଛି । ପୂର୍ବରୁ କଂଗ୍ରେସର ୮୦ ଓ ଜେଡିଏସର ୩୭ ବିଧାୟକଙ୍କୁ ନେଇ କର୍ଣ୍ଣାଟକରେ ସରକାର ଗଠନ କରିଥିଲେ କୁମାରସ୍ୱାମୀ ।

ତେବେ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ମ୍ୟାଜିକ ନମ୍ବର ୧୧୩ ଥିବା ବେଳେ, ପୂର୍ବରୁ  କଂଗ୍ରେସର ୨ ବିଧାୟକ ଇସ୍ତଫା ଦେଇଥିଲେ ଆଉ ଜଣେ ବିଧାୟକଙ୍କୁ ବହିଷ୍କାର କରିଥିଲା ଦଳ । ଏବେ ୧୩ ଜଣ ବିଧାୟ ଇସ୍ତଫା ଦେବା ପରେ କୁମାର ସ୍ବାମୀ ସରକାରରେ ସଙ୍କଟ ଘନେଇ ଆସିଛି ।  ଏପଟେ ବିଜେପି ପାଖରେ ୧୦୫ ଜଣ ବିଧାୟକ ଅଛନ୍ତି । ତେବେ ଏହାଭିତରେ କଣ ହେବ କର୍ଣ୍ଣାଟକରେ ରାଜନୈତିକ ପାଣିପାଗ ତାହା ଏବେ ସବୁଠୁ ବଡ ପ୍ରଶ୍ନ ସୃଷ୍ଟି କରିଛି । ସେପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀ ମଧ୍ୟ ବିଦେଶ ଗସ୍ତରେ ଅଛନ୍ତି । ଆଜିସେ ବେଙ୍ଗାଲୁରୁ ଫେରିବେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.