କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କରୋନା ଭାଇରସ୍‌କୁ ଦେଲେ ମାତ୍, ହସ୍ପିଟାଲରୁ ମିଳିଲା ଛୁଟି

Published By : Prameya-News7 Bureau | August 10, 2020 IST

ନୂଆଦିଲ୍ଲୀ ୧୦।୦୮: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କରୋନା ଭାଇରସ୍‌କୁ ମାତ୍‌ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ସେ କରୋନାରୁ ସୁସ୍ଥ ହୋଇଛନ୍ତି। ଅଗଷ୍ଟ ୨ରେ ୟେଦୁରପ୍ପାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ୟେଦୁରପ୍ପା ନିଜେ କରୋନା ସଂକ୍ରମଣ ହୋଇଥିବା ସୂଚନା ଦେଇଥିଲେ। ସେ ଟ୍ଵିଟ୍ କରିଥିଲେ ଯେ ମୋର କରୋନା ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସିଛି। କିନ୍ତୁ ମୋର ସ୍ଵାସ୍ଥ୍ୟ ସଂପୂର୍ଣ୍ଣ ସୁସ୍ଥ ଅଛି। କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ହସ୍ପିଟାଲରେ ଭର୍ତ୍ତି ଅଛି। ୟେଦୁରପ୍ପା ନିକଟ ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିଜର ଧ୍ୟାନ ରଖିବା ଏବଂ ପୃଥକବାସରେ ରହିବାକୁ ଅନୁରୋଧ କରିଥିଲେ।

wp:html /wp:html

କର୍ଣ୍ଣାଟକ ସ୍ଵାସ୍ଥ୍ୟ ମନ୍ତ୍ରୀ କରୋନା ପଜିଟିଭ୍

ମୁଖ୍ୟମନ୍ତ୍ରୀଙ୍କ ପରେ କର୍ଣ୍ଣାଟକର ସ୍ଵାସ୍ଥ୍ୟ ମନ୍ତ୍ରୀ ବି.ଶ୍ରୀରାମୁଲୁ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୯ରେ ଶ୍ରୀରାମୁଲୁ କହିଛନ୍ତି, ସେ କୋଭିଡ୍-୧୯ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ସ୍ଵାସ୍ଥ୍ୟ ବିଭାଗ ସମେତ ସରକାରର ସମସ୍ତ ବିଭାଗ ମହାମାରୀ ବିରୋଧରେ ଲଗାତାର କାମ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.