ୟେଦିୟୁରପ୍ପାଙ୍କ ସମ୍ପର୍କରେ ଆସିଥିବା ୬ଜଣ କରୋନା ପଜିଟିଭ୍, ଆଇସୋଲେସନରେ ଇସ୍ରୋ ବୈଜ୍ଞାନିକଙ୍କ ସମେତ ୩ ଉପ ମୁଖ୍ୟମନ୍ତ୍ରୀ
4/08/2020 at 4:46 PM

ବେଙ୍ଗାଲୁରୁ, ୦୪|୦୮: କର୍ଣ୍ଣାଟକରେ ଅନେକ ବରିଷ୍ଠ ନେତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ସିଧରମୈୟା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଟେଷ୍ଟିଂ ଜାରି ରହିଛି । ସେମାନଙ୍କ ସମ୍ପର୍କରେ ଆସିଥିବା ୭୫ ଜଣଙ୍କୁ ଚିହ୍ନଟ କରାଯାଇ ଆଇସୋଲେସନରେ ରଖାଯାଇଛି । ସେମାନଙ୍କର ଟେଷ୍ଟିଂ କରାଯାଇଛି ।
ୟେଦିୟୁରପ୍ପାଙ୍କ ୬ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ଅନ୍ୟ ୪୫ କର୍ମଚାରୀଙ୍କ ଟେଷ୍ଟ୍ କରାଯାଇଛି । କିନ୍ତୁ ଏଯାଏଁ ରିପୋର୍ଟ ଆସିନାହିଁ । ୟେଦିୟୁରପ୍ପା ଗତ ସପ୍ତାହରେ ୩ ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ମନ୍ତ୍ରୀମଣ୍ଡଳର ୭ ମନ୍ତ୍ରୀ ଏବଂ ୧୦ ବିଧାୟକଙ୍କୁ ସାକ୍ଷାତ କରିଥିଲେ ।
ଏପରିକି ସେ ୧୦ଜଣ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏପରିକି ବାଙ୍ଗାଲୋରସିଟି ପୋଲିସ କମିଶନର କମଲ ପନ୍ତଙ୍କୁ ଶୁଭକାମନା ଜଣାଇଥିଲେ । ଏପରିକି ପୂର୍ବତନ ଇସ୍ରୋ ବୈଜ୍ଞାନିକ କସ୍ତୁରୀରଙ୍ଗନଙ୍କୁ ମଧ୍ୟ ୟେଦିୟୁରପ୍ପା ସାକ୍ଷାତ କରିଥିଲେ ।
ସେହିପରି ୭୭ ବର୍ଷୀୟ ସିଦ୍ଧରମୈୟା ଓ ତାଙ୍କ ଝିଅ ମଣିପାଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମଙ୍ଗଳବାର ସେ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ସେ ଟ୍ୱିଟର ମାଧ୍ୟମରେ ଏନେଇ ସୂଚନା ଦେଇଥିଲେ । ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ଆସିବା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।