Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

କର୍ଣ୍ଣାଟକ ଉପନିର୍ବାଚନ : ୫ଟି ଆସନରୁ ୪ଟିରେ ଜେଡିଏସ-କଂଗ୍ରେସ ମେଣ୍ଟ ଜିତିଲା, ବିଜେପି ଗୋଟାକରେ ସନ୍ତୁଷ୍ଟ

6/11/2018 at 5:07 PM

ନୂଆଦିଲ୍ଲୀ ୬|୧୧: କର୍ଣ୍ଣାଟକରେ ୩ଟି ଲୋକସଭା ଆସନ ବେଲାରୀ, ସିମୋଗା ଓ ମାଣ୍ଡୟା ଓ ୨ଟି ବିଧାନସଭା ଆସନ ଜାମଖଣ୍ଡି, ରାମନଗର ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆସିଛି । ମୋଟ୍ ୫ଟି ଆସନରୁ ୪ଟିରେ ଜେଡିଏସ-କଂଗ୍ରେସ ମେଣ୍ଟ ବିଜୟ ହୋଇଥିବାବେଳେ କେବଳ ଗୋଟିଏ ଆସନରେ ବିଜେପି ବିଜୟ ହୋଇଛି । ବେଲାରୀ, ମାଣ୍ଡୟା, ରାମନଗର ଓ ଜାମଖଣ୍ଡି ଆସନରେ ଜେଡିଏସ-କଂଗ୍ରେସ ମେଣ୍ଟ ବିଜୟ ହୋଇଛି । ସେହିଭଳି ବିଜେପି ଶିମୋଗା ଲୋକସଭା ଆସନରେ ବିଜୟ ହୋଇଛି । କଂଗ୍ରେସର ବି.ଏସ.ଉଗ୍ରପା ବେଲାରୀ ଲୋକସଭା ଆସନରେ ୨୪୩୧୬୧ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିଭଳି ଜେଡିଏସର ଏଲଆର ଶିବ ଗୌଡା ମାଣ୍ଡୟା ଲୋକସଭା ସିଟ୍ ରେ ୩୨୪୯୪୩ ଖଣ୍ଡ ଭୋଟ୍ ପାଇଛନ୍ତି । ଭାଜପାର ରାଘବେନ୍ଦ୍ର ଶିମୋଗା ଲୋକସଭା ଆସନରେ ୫୨୧୪୮ ଖଣ୍ଡ ଭୋଟ୍ ପାଇଛନ୍ତି । ଜାମଖଣ୍ଡି ବିଧାନସଭା ଆସନରେ କଂଗ୍ରେସର ଆନନ୍ଦ ସିଦ୍ଧୁ ନ୍ୟାମଗୌଡା ୩୯୪୮୦ଖଣ୍ଡ ଭୋଟ୍ ପାଇଛନ୍ତି । ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀଙ୍କ ପତ୍ନୀ ଏବଂ ଡେଜିଏସ ନେତା ଅନୀତା କୁମାରସ୍ବାମୀ ରାମନଗର ବିଧାନସଭା ଆସନରେ ୧୦୯୧୩୭ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି ।

ନିର୍ବାଚନ ଅଧିକାରୀ କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ବାମୀଙ୍କ ପତ୍ନୀ ଅନୀତା ରାମନଗର ବିଧାନସଭା ଆସନରେ ଏବଂ କଂଗ୍ରେସର ଆନନ୍ଦ ନ୍ୟାମଗୌଡା ଜାମଖଣ୍ଡି ବିଧାନସଭା ଆସନରେ ଜିତି ସାରିଛନ୍ତି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏବଂ ଜେଡିଏସ ନେତା ଏଚଡି କୁମାରସ୍ବାମୀ କହିଛନ୍ତି ଯେ, ଏହି ନିର୍ବାଚନ ପ୍ରଥମ ବିଜୟ ଥିଲା । ଏଠାରେ ୨୮ ଲୋକସଭା ସିଟ୍ ଅଛି ।ସମସ୍ତ ଆସନରେ ବିଜୟହାସଲ କରିବା ପାଇଁ କଂଗ୍ରେସ ସହ ମିଳି କାମ କରିବୁ ବୋଲି କୁମାରସ୍ବାମୀ କହିଛନ୍ତି ।

ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୟା କହିଛନ୍ତି ୨୦୧୯ର ଲୋକସଭା ନିର୍ବାଚନରେ ତାଙ୍କ ପାର୍ଟି ୨୦ଟି ଆସନରେ ବିଜୟ ହାସଲ କରିବ । ସେହିଭଳି କଂଗ୍ରେସର ବରିଷ୍ଠ ନେତା ଡି.କେ.ଶିବକୁମାର କହିଛନ୍ତି ଉପନିର୍ବାଚନରେ ପାର୍ଟିକୁ ମିଳିଥିବା ବିଜୟ ମିଳିଛି । ଦକ୍ଷିଣ ଭାରତରେ ରାମ ମନ୍ଦିର ଏବଂ ଅନ୍ୟ ପ୍ରସଙ୍ଗ ନିର୍ବାଚନୀ ଇସ୍ୟୁ ହୋଇପାରିବନି ।

ରିପୋର୍ଟ ଅନୁସାରେ ୫ଟି ଆସନରେ ହୋଇଥିବା ଉପନିର୍ବାଚନରେ ୬୭ପ୍ରତିଶତ ମତଦାନ ହୋଇଛି । ବେଲରୀ, ଶିମୋଗା ଏବଂ ମାଣ୍ଡୟା ଲୋକସଭା ଆସନରେ  କଯଥାକ୍ରମେ ୬୩.୮୫ ପ୍ରତିଶତ, ୬୧.୦୫ ପ୍ରତିଶତ ଏବଂ ୫୩.୯୩ ପ୍ରତିଶତ ମତଦାନ ହୋଇଛି । ସେହିଭଳି ଜାମଖଣ୍ଡି ଏବଂ ରାମନଗର ଆସନରେ କ୍ରମଶଃ ୮୧.୫୮ ପ୍ରତିଶତ ମତଦାନ ହୋଇଛି ।

   Related Posts