କରୋନା ଯୋଗୁ କର୍ଣ୍ଣାଟକ ବୋର୍ଡ ପରୀକ୍ଷାର ଫଳାଫଳ ହ୍ରାସ, ଖସିଲା ଛାତ୍ରଛାତ୍ରୀଙ୍କ ପାସ୍ ହାର

Published By : Prameya-News7 Bureau | May 19, 2022 IST

ବେଙ୍ଗାଲୁରୁ ୧୯।୫: କର୍ଣ୍ଣାଟକ ମାଧ୍ୟମିକ ଶିକ୍ଷା ପରୀକ୍ଷା ବୋର୍ଡ ଗୁରୁବାର ୧୦ମ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ରାଜ୍ୟ ଶିକ୍ଷାମନ୍ତ୍ରୀ  ବି.ସି.ନାଗେଶ ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ରେଜଲ୍ଟ ଘୋଷଣା କରିଛନ୍ତି। ଚଳିତବର୍ଷ କର୍ଣ୍ଣାଟକରେ ପ୍ରାୟ ୮ଲକ୍ଷ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ। ତେବେ ୨୦୨୧-୨୨ ଶିକ୍ଷଣ ବର୍ଷରେ ଉତୀର୍ଣ୍ଣ ହାର ୮୫.୬୩ ପ୍ରତିଶତ ରହିଛି। ଯାହା ପୂର୍ବବର୍ଷ ଅର୍ଥାତ ୨୦୨୦-୨୧ର ଉତୀର୍ଣ୍ଣ ହାର ୯୯.୯୯ଠାରୁ ଅନେକ କମ ରହିଛି।

{"id":631139,"width":839,"height":560,"sizeSlug":"full","linkDestination":"none"}

ତେବେ ଏହି ପରୀକ୍ଷା ଫଳ ୨୦୧୯-୨୦ ଶିକ୍ଷା ବର୍ଷ ତୁଳନାରେ ଯଥେଷ୍ଟ ଭଲ ରହିଛି। ୨୦୧୯-୨୦ ଶିକ୍ଷା ବର୍ଷରେ ରାଜ୍ୟରେ ୧୦ମ ଛାତ୍ରଛାତ୍ରୀଙ୍କ ଉତୀର୍ଣ୍ଣ ହାର ୭୨.୪୨ ପ୍ରତିଶତ ଥିଲା। ସେ ବର୍ଷ ପରୀକ୍ଷାରେ ୮ ଲକ୍ଷ ୫୩ ହଜାର ୪୩୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଲକ୍ଷ ୩୦ ହଜାର ୮୮୧ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିଲେ। ତେବେ ଚଳିତବର୍ଷ ପରୀକ୍ଷାରେ ୧୪୫ ଜଣ ଛାତ୍ରଛାତ୍ରୀ ପୂର୍ଣ୍ଣ ଅଙ୍କ  ୬୨୫ରୁ ୬୨୫ ରଖିବାରେ ସଫଳ ହୋଇଛନ୍ତି।

{"id":631140,"sizeSlug":"full","linkDestination":"none"}

ଏଥର ସରକାରୀ ବିଦ୍ୟାଳୟଙ୍କ ୮୮ପ୍ରତିଶତ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ବେଳେ ସହାୟତା ପ୍ରାପ୍ତ ବିଦ୍ୟାଳୟମାନଙ୍କରୁ ୮୭.୮୪ ପ୍ରତିଶତ ଓ ବିନା ସହାୟତା ପ୍ରାପ୍ତ ବିଦ୍ୟାଳୟ ମାନଙ୍କରୁ ୯୨.୨୯ ପ୍ରତିଶତ ଛାତ୍ରଛତ୍ରୀ ଉତୀର୍ଣ୍ଣ ହୋଇଛନ୍ତି। ଏଥର ମଧ୍ୟ ବାଳକଙ୍କ ତୁଳନାରେ ବାଳିକାଙ୍କ ସଫଳତା ହାର ଅଧିକ ରହିଛି। ପରୀକ୍ଷାରେ ବାଳକଙ୍କ ଉତୀର୍ଣ୍ଣ ହାର ୮୧.୩ ପ୍ରତିଶତ ଥିବା ବେଳେ ବାଳିକାଙ୍କ ଉତୀର୍ଣ୍ଣ ହାର ୯୦.୨୯ ପ୍ରତିଶତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.