Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ରାଗରେ ମନ୍ତ୍ରୀ ଚାଷୀଙ୍କୁ କହିଲେ –ଭଲ ତୁମେ ମରିଯାଅ, ଅଡିଓ ଭାଇରାଲ

28/04/2021 at 9:33 PM

ବେଙ୍ଗାଲୁରୁ ୨୮।୪: କର୍ଣ୍ଣାଟକ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ଉମେଶ ବିଶ୍ୱନାଥ କଟ୍ଟିଙ୍କ ଏକ ଅଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି। ଯାହାକୁ ନେଇ ଯୋଗାଣ ମନ୍ତ୍ରୀ ଶରବ୍ୟ ହେଉଥିବା ବେଳେ ଏଭଳି ମନ୍ତବ୍ୟ ଲାଗି ନିସର୍ତ୍ତ କ୍ଷମାଯାଚନା ନିମନ୍ତେ ବିରୋଧୀଙ୍କ ଦାବି ଜୋର ଧରିଛି। ତେବେ ଏ ନଇ ମନ୍ତ୍ରୀ ମଧ୍ୟ ସ୍ପଷ୍ଟିକରଣ ଦେଇଛନ୍ତି ହେଲେ ଏଥିରେ ସେ ଯାହା କହିଛନ୍ତି ତାହା ମଧ୍ୟ ସନ୍ତୋଷଜନକ ହେଉ ନାହିଁ।

ରାଜ୍ୟର ସାର୍ବଜନିକ ବିତରଣ ପ୍ରଣାଳୀ (ପିଡିଏସ) ବାବଦ ଚାଉଳ ବିତରଣକୁ ନେଇ ଚାଷୀ ଯୋଗାଣ ମନ୍ତ୍ରୀଙ୍କୁ ଟେଲିଫୋନ ଯୋଗେ ଅଭିଯୋଗ କରିଥିଲେ। ପିଡିଏସ୍ ରେ ମିଳୁଥିବା ମୁଣ୍ଡ ପିଛା ୫ କେଜି ଚାଉଳକୁ ଏବେ ୨ କେଜି କରି ଦିଆଯାଇଛି। ତେବେ ଗତ ବର୍ଷେ ହେଲା ହାତରେ କାମ ନଥିବା ବେଳେ ସରକାର ପିଡିଏସ ଚାଉଳ ମାତ୍ରା କମାଇବା ଏବେ ସେମାନଙ୍କୁ ଚିନ୍ତାରେ ପକାଇଛି ବୋଲି ଚାଷୀ ଅଭିଯୋଗ କରିଥିଲେ।

ତେବେ ମନ୍ତ୍ରୀ ଖୁବ୍ ଶୀଘ୍ର ପିଡିଏସରେ ଖାଦ୍ୟାନ୍ନ ଯୋଗାଣ ବଢାଯିବ ବୋଲି କହିଥିଲେ। ଏଥିଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିବା କଥା ମଧ୍ୟ ମନ୍ତ୍ରୀ ଚାଷୀଙ୍କୁ କହିଥିଲେ। ତେବେ କେବେ ସୁଧା ସେମାନଙ୍କୁ ଅଧିକ ଚାଉଳ ମିଳିବ ବୋଲି ଚାଷୀ ପ୍ରଶ୍ନ କରିବାରୁ ସମ୍ଭବତଃ ଆଗାମୀ ମାସରୁ ଚାଉଳମାତ୍ରା ବଢାଯାଇପାରେ ବୋଲି କହିଥିଲେ। ତେବେ ସେ ପର୍ଯ୍ୟନ୍ତ ପରିସ୍ଥିତିର ଆମେ କିପରି ପରିଚାଳନା କରିବୁ ବୋଲି ଚାଷୀ ପ୍ରଶ୍ନ କରିଥିଲେ। ଚାଷୀକହିଥିଲେ ତେବେ କଣ ଆମେ ମରିଯିବୁ ? ମନ୍ତ୍ରୀ କହିଥିଲେ ଭଲ ମରି ଯାଅ।

କଥାମାତ୍ର ଏତିକି।  ହେଲେ ଏହି କଥା ପଦକ ଏବେ ଭାଇରାଲ ହେଉଥିବା ବେଳେ ମନ୍ତ୍ରୀଙ୍କ ଉପରେ ଚାପ ବଢିବାରେ ଲାଗିଛି। ଏଥିରେ ମନ୍ତ୍ରୀ ତାଙ୍କର ସ୍ପଷ୍ଟିକରଣ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି କାହାରିକୁ ଏପରି ପ୍ରଶ୍ନ କରାଯିବା ଉଚିତ ନୁହେଁ। ଯଦି ସେ କହିବେ ମୁଁ ମରିଯିବି ଏଥିରେ ମୁଁ ବା କଣ କରିପାରିବି ବୋଲି କହିଛନ୍ତି ମନ୍ତ୍ରୀ।    

   Related Posts