କର୍ଣ୍ଣାଟକ ଉପନିର୍ବାଚନର ଆସିଲାଣି ଏକଜିଟ୍ ପୋଲ ରିପୋର୍ଟ, ଜାଣନ୍ତୁ କଣ କହୁଛି ରାଜନୀତି ହାୱା

Published By : Prameya-News7 Bureau | December 06, 2019 IST

ବେଙ୍ଗାଲୁରୁ : କର୍ଣ୍ଣାଟକରେ ୧୫ଟି ବିଧାନସଭା ଆସନ ଲାଗି ହୋଇଥିବା ଉପ ନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଏହି ନିର୍ବାଚନର ଫଳାଫଳ ଉପରେ ଏବେ ନିର୍ଭର କରୁଛି ରାଜ୍ୟରେ ୪ ମାସ ପୁରୁଣା ୟଦୁରପ୍ପା ସରକାରଙ୍କ ଭାଗ୍ୟ। ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁସାରେ ଏହି ନିର୍ବାଚନରେ ୬୦ ପ୍ରତିଶତ ଭୋଟ ପଡିଛି। ଡିସେମ୍ବର ୯ ତାରିଖ ଦିନ ଭୋଟ ଗଣତି ହେବ। ହେଲେ ତା ପୂର୍ବରୁ ଆରମ୍ଭ ହୋଇଗଲାଣି ରାଜନୈତିକ ଅଙ୍କ କଷା। ଯଦି ଆମେ ଏଗଜିଟ୍ ପୋଲ ରିପୋର୍ଟକୁ ବିଶ୍ୱାସକୁ ନେଉଛେ ତେବେ ରାଜ୍ୟରେ ୟେଦୁରପ୍ପା ସରକାର ବାଜିମାତ କରୁଥିବା ନିଶ୍ଚିତ ଲାଗୁଛି।  ତେବେ ଆସନ୍ତୁ ଜାଣିବା କ'ଣ କହୁଛି ଏଗଜିଟ୍ ପୋଲ ରିପୋର୍ଟ।

{"id":194532,"sizeSlug":"large"}

ରାଜ୍ୟରେ ବହୁଳ ପ୍ରସାରିତ ପାୱାର ଟିଭି, ବିଟିଭି ଓ ପବ୍ଲିକ୍ ଟିଭି ଏଗଜିଟ ପୋଲରେ ୟେଦୁରପ୍ପା ସରକାର ନିର୍ବାଚନରେ ବହୁମତ ପ୍ରାପ୍ତ କରୁଥିବା ଆକଳନ କରୁଛନ୍ତି। ଏଥିରେ ବିଟିଭି ଏଗଜିଟ ପୋଲ ରିପୋର୍ଟରେ ବିଜେପିକୁ ୯, କଂଗ୍ରେସକୁ ୩, ଜେଡିଏସକୁ ୨ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ଗୋଟିଏ ସିଟ୍ ମିଳିବ ବୋଲି ଆଶା କରାଯାଉଛି।  ସେହିପରି ପାୱାର ଟିଭି ଅନୁସାରେ ବିଜେପିକୁ ୮ରୁ ୧୨, କଂଗ୍ରେସକୁ ୩ରୁ ୬, ଜେଡିଏସକୁ ୦ରୁ ୨ ଓ ସ୍ୱାଧୀନ ୦ ଅଥବା ଗୋଟିଏ ଆସନ ପାଇପାରନ୍ତି ବୋଲି ଅନୁମାନ କରିଛି। ସେହିପରି ପବ୍ଲିକ ଟିଭି ବିଜେପିକୁ ୮ରୁ ୧୦, କଂଗ୍ରେସକୁ ୩ରୁ ୬, ଜେଡିଏସକୁ ୦ରୁ ୨ ଓ ସ୍ୱାଧୀନ ଶୁନ ଅଥବା ଗୋଟିଏ ଆସନ ପାଇପାରନ୍ତି ।

{"id":194533,"sizeSlug":"large"}

ତେବେ ସମସ୍ତ ରିପୋର୍ଟ  ବିଜେପି ସପକ୍ଷରେ ଯାଉଥିବାରୁ ୟେଦୁରପ୍ପା ସରକାରଙ୍କ ସ୍ଥାୟିତ୍ୱ ନେଇ ଥିବା ଆଶଙ୍କା ଦୂର ହେଉଛି। ୟେଦୁରପ୍ପା ସରକାରଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଲାଗି ୧୫ରୁ ୬ଟି ଆସନ ନିହାତି ଆବଶ୍ୟକ। ମୋଟ ୧୬୫ ଜଣ ପ୍ରାର୍ଥୀ ମୈଦାନରେ ଥିବା ବେଳେ ବିଜେପି ଓ କଂଗ୍ରେସ ସମସ୍ତ ଆସନରୁ ନିଜର ପ୍ରତ୍ୟାଶୀ ଛିଡା କରିଥିବା ବେଳେ ଜେଡିଏସ୍ ୧୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.