କର୍ଣ୍ଣାଟକ ରାଜନୀତି, ସାମ୍ବିଧାନିକ କର୍ତ୍ତବ୍ୟ ମୁଁ ଦାୟିତ୍ୱବାନ ଭାବେ ପାଳନ କରୁଛି : ବାଚସ୍ପତି

Published By : Prameya-News7 Bureau | July 11, 2019 IST

ବେଙ୍ଗାଲୁରୁ ୧୧।୭:  କର୍ଣ୍ଣାଟକ ରାଜନୀତି ଉପୁଜିଥିବା ପରିସ୍ଥିତିରେ ବିଧାନସଭା ବାଚସ୍ପତି କେ.ଆର.ରମେଶ କୁମାର ଦାୟିତ୍ୱବାନ ଭାବେ ମୁଁ ନିଜର ସାମ୍ବିଧାନିକ କର୍ତ୍ତବ୍ୟ ତୁଲାଉଥିବା ଗୁରୁବାର କହିଛନ୍ତି । ଦେଶର ସମ୍ବିଧାନ ଓ ଏହି ରାଜ୍ୟର ପ୍ରତିଟି ଲୋକ ପ୍ରତି ମୋର ଯେଉଁ ଗୁରୁଦାୟିତ୍ୱ ରହିଛି, ତକୁ ମୁଁ ତରବରିଆ ଭାବେ କରିପାରିବି ନାହିଁ । ଏଣୁ ସୁପ୍ରିମକୋର୍ଟ ମୋ ନିଷ୍ପତ୍ତି ସମ୍ପର୍କରେ ଜାଣିବାକୁ ଚାହିଁଥିବାରୁ ମୁଁ ଏ ସବୁର ଭିଡିଓଗ୍ରାଫି କରିଛି ଓ ତାକୁ କୋର୍ଟଙ୍କୁ ପ୍ରଦାନ କରିବି ବୋଲି ବାଚସ୍ପତି କହିଛନ୍ତି । 

{"id":132795}

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ସନ୍ଧ୍ୟାରେ ବିଦ୍ରୋହୀ ବିଧାୟକମାନେ ବାଚସ୍ପତିଙ୍କୁ ଭେଟିଥିଲେ। ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବାଚସ୍ପତି ରମେଶ କୁମାର କହିଥିଲେ ଯେ କାହାକୁ ବଞ୍ଚେଇବା ବା କାହାକୁ ବାହାର କରିଦେବା ମୋ କାମ ନୁହେଁ। ଏଣୁ ମୁଁ ମୋ ଦାୟିତ୍ୱରୁ ପଳାୟନ କରି ନାହିଁ । ବିଧାନସଭା ନିୟମ ୨୦୨ ଅନୁସାରେ ୮ ଜଣ ବିଧାୟକଙ୍କ ଇସ୍ତଫା ନିର୍ଦ୍ଧାରିତ ଫର୍ମାଟରେ ହୋଇ ନାହିଁ । ତେବେ ବାକି ବିଧାୟକମାନଙ୍କର ଇସ୍ତଫା ବାସ୍ତବିକ ଓ ସ୍ୱେଚ୍ଛାରେ କି ନା ତାହା ଏବେ ଜାଣିବା ମୋର ବାକି ଅଛି। ତେବେ ମୁଁ ସେ ସବୁକୁ ଏବେ ଅନୁଧ୍ୟାନ କରୁଛି ବୋଲି କହିଛନ୍ତି।  

{"id":132796}

ସେହିପରି ବାଚସ୍ପତିଙ୍କ ଧିମା ନିଷ୍ପତ୍ତି ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସେ ଅସ୍ୱୀକାର କରିଛନ୍ତି। ସବୁଦିନ ଭଳି ଜୁଲାଇ ୬ ତାରିଖ ଦିନ ମଧ୍ୟ ସେ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ ବୋଲି କହିଛନ୍ତି। ହେଲେ କେହି ଜଣେ ବି ବିଧାୟକ ତାଙ୍କୁ ଭେଟିବେ ବୋଲି ପୂର୍ବରୁ ଜଣାଇନଥିଲେ କି ଏହାର ପୂର୍ବ ସୂଚନା ମଧ୍ୟ ତାଙ୍କ ପାଖରେ ନଥିଲା ବୋଲି କହିଛନ୍ତି। ତେବେ କିଛି ବ୍ୟକ୍ତିଗତ କାର୍ଯ୍ୟ ପାଇଁ ବାହାରକୁ ଯାଇଥିବା ବେଳେ  ବିଧାୟକମାନେ ତାଙ୍କୁ ଭେଟିବାକୁ ଆସି ସିଧା ରାଜ୍ୟପାଳଙ୍କୁ ନିକଟକୁ ଯାଇଥିଲେ।  ହେଲେ କିଛି ନ ହେବାରୁ ସେମାନେ ସୁପ୍ରିମକୋର୍ଟକୁ ଗଲେ ଏହା କ’ଣ ବିଧାୟକମାନଙ୍କର ଉଚିତ ପଦକ୍ଷେପ କି ବୋଲି ବାଚସ୍ପତି ଓଲଟି ପ୍ରଶ୍ନ କରିଛନ୍ତି ।

{"id":132797}

ସେହିପରି ଧମକ ଓ ବିଧାୟଙ୍କ ମୁମ୍ବାଇ ଯିବା ସମ୍ପର୍କରେ ବି ଗଣମାଧ୍ୟମରେ ସ୍ପଷ୍ଟିକରଣ ଦେଇଛନ୍ତି ବାଚସ୍ପତି। କେତେକ ବିଧାୟକ ମୋତେ ଜଣାଇଥିଲେ ଯେ କିଛି ଲୋକ ସେମାନଙ୍କୁ ଧମକ୍ ଦେଉଛନ୍ତି। ଏଣୁ ସେମାନେ ଭୟରେ ମୁମ୍ବାଇ ଚାଲିଯାଇଛନ୍ତି। ତେବେ ସେମାନଙ୍କର ମୋ ସହିତ ସମ୍ପର୍କ କରିବାର ଥିଲା। ମୁଁ ସେମାନଙ୍କୁ ସୁରକ୍ଷା ଯୋଗାଉଥିଲି କି ନା ତାହା ସେମାନେ ଅପେକ୍ଷା କରିବାର ଥିଲା।  ତେବେ ମାତ୍ର ୩ଟି କାର୍ଯ୍ୟଦିବସ ନଷ୍ଟ ହୋଇଛି, ହେଲେ ସେମାନେ ଏପରି ଆଚରଣ କରିଛନ୍ତି ଯେପରି ଭୂମିକମ୍ପ ହୋଇଗଲା ବୋଲି କହିଛନ୍ତି ବାଚସ୍ପତି। ତେବେ ପ୍ରସଙ୍ଗରେ ଏବେ ସୁପ୍ରିମ କୋର୍ଟ ହିଁ ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି କେ.ଆର. ରମେଶ କୁମାର।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.