କର୍ଣ୍ଣାଲ ଚାଷୀଙ୍କୁ ଲାଠିମାଡ ମାମଲା: ଏସଡିଏମଙ୍କୁ ଛୁଟିରେ ପଠାଯିବା ପରେ ପ୍ରତ୍ୟାହୃତ ହେଲା କୃଷକ ଆନ୍ଦୋଳନ

Published By : Prameya-News7 Bureau | September 11, 2021 IST

କର୍ଣ୍ଣାଲ ୧୧।୯: ଗତମାସରେ ଚାଷୀ ଓ ପୋଲିସ ସଂଘର୍ଷ ଓ ପରେ ଲାଠି ଚାର୍ଜ ମାମଲାର ହରିୟାଣା ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀ ଓ ପୋଲିସ ବିବାଦର ମୁଖ୍ୟକାରଣ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କୁ ସରକାର ଛୁଟିରେ ପଠାଇ ଦେଇଛନ୍ତି। ଏହା ପରେ କର୍ଣ୍ଣାଲ ଜିଲ୍ଲା ମୁଖ୍ୟାଳୟ ବାହାରେ ବିକ୍ଷୋଭରତ ଚାଷୀ ଆନ୍ଦୋଳନରୁ ଉଠି ଯାଇଛନ୍ତି।

{"id":509870,"width":838,"height":795,"sizeSlug":"full","linkDestination":"none"}

ହରିୟାଣା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେବେନ୍ଦ୍ର ସିଂହ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ମାମଲାର ତଦନ୍ତ ହେବ ବୋଲି କର୍ଣ୍ଣାଲରେ ଗଣମାଧ୍ୟମକୁ କହିଛନ୍ତି। ଏହି ତଦନ୍ତ ମାସକ ମଧ୍ୟରେ ଶେଷ ହେବ ଓ ସେ ପର୍ଯ୍ୟନ୍ତ ଘଟଣା ଲାଗି ଦାୟି କରାଯାଉଥିବା ସବଡିଭିଜନାଲ ମାଜିଷ୍ଟ୍ରେଟ୍‌ ଆୟୁଷ ସିହ୍ନାଙ୍କୁ କାର୍ଯ୍ୟରୁ ଛୁଟି ଦିଆଯାଇଛି ବୋଲି ସେ ଘୋଷଣା କରିଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବୟାନ ପରେ କୃଷକ ନେତା ଗୁରନାମ ସିଂହ ଚଢୁନୀ ଏବେ କର୍ଣ୍ଣାଲ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ଚାଲିଥିବା ଚାଷୀ ଆନ୍ଦୋଳନ ସମାପ୍ତ ହେଲା ବୋଲି ସାମ୍ବାଦିକଙ୍କୁ କହିଛନ୍ତି।

wp:embed {"url":"https://twitter.com/varungandhi80/status/1431547040085929984","type":"rich","providerNameSlug":"twitter","responsive":true}
https://twitter.com/varungandhi80/status/1431547040085929984
/wp:embed

ଏସଡିଏମଙ୍କ ନିଲମ୍ବନ ଦାବିରେ ଚାଷୀମାନେ ଆନ୍ଦୋଳନ ଚଳାଇଥିଲେ। ଯିଏ ପୋଲିସକୁ ବିକ୍ଷୋଭକାରୀ ଚାଷୀଙ୍କ ମୁଣ୍ଡ ଫଟେଇବାକୁ ମୌଖିକ ଅର୍ଡର ଦେଉଥିବାର ଭିଡିଓ ଭାଇରାଲ ହୋଇଥିଲା। ଅଗଷ୍ଟ ୨୮ ତାରିଖ ଦିନ ବିଜେପିର କାର୍ଯ୍ୟକ୍ରମ ସ୍ଥଳ ଆଡକୁ ମୁହାଁଇଥିବା ଚାଷୀଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ଆଦେଶରେ ପୋଲିସ ଲାଠିରେ ପିଟିପିଟି ଲହୁଲୁହାଣ କରିଦେଇଥିଲା। ଏତିକିରେ ପୋଲିସ ଚାଷୀଙ୍କୁ ଛାଡି ନଥିଲା, ସେମାନଙ୍କୁ ରକ୍ତାକ୍ତ ଅବସ୍ଥାରେ ଗିରଫ କରି ଥାନାକୁ ନେଇ ଯାଇଥିଲା। ଯାହାକୁ ନେଇ କର୍ଣ୍ଣାଲରେ ଚାଷୀ ଅସନ୍ତୋଷ ଉପୁଜିଥିବା ବେଳେ ସେମାନେ ଜିଲ୍ଲା ମୁଖ୍ୟାଳୟ ଘେରାଉ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.