ଗୃହପାଳିତ ପଶୁଙ୍କ ଟିକାକରଣ କାର୍ଯ୍ୟରେ ଅବହେଳା : କର୍ଲାପାଟ ପ୍ରାଣୀଧନ ନୀରିକ୍ଷକ ନିଲମ୍ବିତ

Published By : Prameya-News7 Bureau | February 22, 2021 IST

କଳାହାଣ୍ଡି ୨୨।୨: କଳାହାଣ୍ଡି ଜିଲ୍ଲା କର୍ଲାପାଟ ପ୍ରାଣୀଧନ ନୀରିକ୍ଷକ ନିଲମ୍ବିତ । ପ୍ରାଣୀଧନ ନୀରିକ୍ଷକ ଗଣେଶ ପୁଝାରୀଙ୍କୁ ନିଲମ୍ବିତ କରାଯାଇଛି । ଗୃହପାଳିତ ପଶୁଙ୍କୁ ଦିଆଯାଉଥିବା ଟିକାକରଣ କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ନିଲମ୍ବିତ କରାଯାଇଛି ।

କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ପରେ ଚାଲିଛି ଟିକାକରଣ କାର୍ଯ୍ୟକ୍ରମ । ୨୧ ଦିନ ଭିତରେ କର୍ଲାପାଟ ଅଭୟାରଣ୍ୟରେ ୭ଟି ହାତୀ ପ୍ରାଣ ହରାଇଲେଣି । ହାତୀ ମଡ଼କ ଘଟଣାର କାରଣ ଖୋଜିବା ପାଇଁ କେନ୍ଦ୍ରୀୟ ଟିମ୍ କଳାହାଣ୍ଡି ଗସ୍ତରେ ଆସି ରବିବାର ଫେରି ଯାଇଛନ୍ତି । ଫେରିବା ପୂର୍ବରୁ ଏକ ମାସ ପର୍ଯ୍ୟନ୍ତ ସଜାଗ ରହିବାକୁ କେନ୍ଦ୍ରୀୟ ଟିମ୍ ତାଗିଦ୍ କରିଥିବା ଜଣାପଡ଼ିଛି । କେନ୍ଦ୍ରୀୟ ଟିମ୍ କର୍ଲାପାଟ ଯାଇ ସପ୍ତମ ମୃତ ହାତୀ ଓ ଦ୍ବିତୀୟ ମୃତ ଗାଈକୁ ଠାବ କରିଥିଲେ । ହାତୀ ମଡ଼କ ଅଞ୍ଚଳ କର୍ଲାପାଟ ପଞ୍ଚାୟତର ପ୍ରାଣୀଧନ ସହାୟତା କେନ୍ଦ୍ରର ନିରୀକ୍ଷକ ଗଣେଶ ରାମ ପୁଝାରୀଙ୍କୁ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି।

କର୍ଲାପାଟ ଅଭୟାରଣ୍ୟରେ ପୂର୍ବରୁ ୧୭ଟି ହାତୀ ଠାବ ହୋଇଥିଲା । ଏହି ହାତୀମାନେ ୨ଟି ଗୋଷ୍ଠୀରେ ରହୁଥିଲେ । ଗୋଟିଏ ଗୋଠରେ ୮ଟି ଓ ଅନ୍ୟ ଗୋଠରେ ୯ଟି ହାତୀ ରହୁଥିଲେ । ୮ଟି ଗୋଠ ମଧ୍ୟରୁ ୭ଟି ହାତୀଙ୍କ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.