୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ କର୍ଲାମୁଣ୍ଡା ତହସିଲଦାର

Published By : Prameya-News7 Bureau | July 02, 2019 IST

କଳାହାଣ୍ଡି  ୨/୭ : ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା ତହସିଲଦାର । ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ  ଧରାପଡ଼ିଲେ  । ଆଜି ଅପରାହ୍ନରେ  କର୍ଲାମୁଣ୍ଡା ତହସିଲଦାର ଅବନୀକାନ୍ତ ସାହୁ ଏକ ଜମିର ମ୍ୟୁଟେସନ କରିଦେବା ବାବଦରେ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ  ଟିମ ଦ୍ବାରା ଗିରଫ ହୋଇଛନ୍ତି । କଳାହାଣ୍ଡି ଭିଜିଲାନ୍ସ  ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍ସ ଜାଲ ବିଛାଇଥିଲା ।

କର୍ଲାମୁଣ୍ଡା ତହସିଲ ଅଧିନସ୍ଥ ଦେଓଗାଁର ଲାଲସାହେବ ସାହୁଙ୍କ ତିନୋଟି ଜମିର ମ୍ୟୁଟେସନ୍ ପାଇଁ ତହସିଲଦାର ଶ୍ରୀ ସାହୁ ୧୫ହଜାର ଟଙ୍କା ଦାବି କରିଥିଲେ । ତେବେ ଏନେଇ ଲାଲ ସାହେବ କଳାହାଣ୍ଡି ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ପୂର୍ବ ଯୋଜନା ମୁତାବକ ୧୦ହଜାର ଟଙ୍କା ତହସିଲଦାର ଲାଞ୍ଚ ନେଉଥିବା ବେଳେ ଆଜି  ଅଫିସ କାର୍ଯ୍ୟାଳୟ ରେ ଭିଜିଲାନ୍ସ ରେଡ଼ କରି ଗିରଫ କରିଛି । ଦତସହିତ ତହସିଲଦାରଙ୍କ ସରକାରୀ ବାସଭବନକୁ ମଧ୍ୟ ଚଢ଼ାଉ କରାଯାଇଥିବା ବେଳେ ତାଙ୍କ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯିବ ବୋଲି ଭିଜିଲାନ୍ସ ଡିଏସପି ସତ୍ୟବାନ୍  ମହାନନ୍ଦ ସୁଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.