କରିସ୍ମା କପୁରଙ୍କ ଝିଅ ସମାଇରା ଫିଲ୍ମରେ କରିବେ କାମ ! ଭାଇରାଲ ହେଉଛି ଫଟୋ

Published By : Prameya-News7 Bureau | April 12, 2020 IST

ମୁମ୍ବାଇ୧୨/୦୪ : କରିସ୍ମା କପୁରଙ୍କ ଝିଅ ସମାଇରା ବର୍ତ୍ତମାନ ଅଭିନୟ ଶିକ୍ଷା କରୁଛନ୍ତି | ସେ ବହୁତ ଶୀଘ୍ର ଫିଲ୍ମ ଜଗତରେ ଏଣ୍ଟ୍ରି କରିବେ ବୋଲି ଅନୁମାନ କରାଯାଉଛି |

{"id":253095,"sizeSlug":"large"}

ଅଭିନେତ୍ରୀ କରିସ୍ମା କପୁର ଝିଅର ଡେବ୍ୟୁକୁ ନେଇ କହିଛନ୍ତି,ଝିଅର ଡେବ୍ୟୁର ବର୍ତ୍ତମାନ କୌଣସି ଯୋଜନା ନାହିଁ | ସମାଇରା ଏବେ ଛୋଟ ଅଛନ୍ତି ଏବଂ ସେ ସ୍କୁଲରେ ପଢୁଛନ୍ତି |

{"id":253096,"sizeSlug":"large"}

ସମାଇରାଙ୍କ ଅଭିନେତ୍ରୀ ହେବା ପ୍ରଶ୍ନର ଜବାବରେ କରିସ୍ମା କହିଛନ୍ତି ଯେ, ତାହା ଝିଅର ନିଷ୍ପତ୍ତି | ସେ ଯାହା ଚାହିଁବା କରିବ | ସେ ଫିଲ୍ମରେ ଅଭିନୟ କରିବ ନାଁ ନାହିଁ ତାହା ସମ୍ପୂର୍ଣ ତା ଉପରେ ନିର୍ଭର କରେ |

{"id":253097,"sizeSlug":"large"}

ସେ କେବେ ହେଲେ ତାଙ୍କୁ ପ୍ରୋତ୍ସାହିତ କିମ୍ବା ହତୋତ୍ସାହିତ କରିବେ ନାହିଁ | ଲକଡାଉନ ସମୟରେ ସେ ଏବଂ ତାଙ୍କ ପୁଅଝିଅ ଘରେ ଅଛନ୍ତି ଏବଂ ସମସ୍ତ ସାବଧାନତା ଅବଲମ୍ବନ କରୁଛନ୍ତି ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.