ଅଧୁରା ରହିଗଲା ସ୍ବପ୍ନ : ଋଷି କପୁରଙ୍କ ‘ହିନା’ରେ କାମ କରିବାକୁ ଚାହୁଁଥିଲେ କରିଶ୍ମା କପୁର

Published By : Prameya-News7 Bureau | May 09, 2020 IST

ମୁମ୍ବାଇ ୯/୫: ବଲିଉଡର ଦିଗ୍ଗଜ ଅଭିନେତା ଋଷି କପୁରଙ୍କ ପରଲୋକ ପରେ ସମସ୍ତେ ତାଙ୍କୁ ମନେ ପକାଉଛନ୍ତି। କେହି ଦିଗ୍ଗଜ ଅଭିନେତାଙ୍କ ପୁରୁଣା ଫଟୋ ଏବଂ ଭିଡିଓ ସେୟାର କରି ତାଙ୍କୁ ମନେ ପକାଉଥିବାବେଳେ କେହି ତାଙ୍କ ସହ ଜଡ଼ିତ ଘଟଣା ଏବଂ କାହାଣୀକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଋଷି କପୁର ନିଜ ଦମଦାର ଅଭିନୟରେ ଦର୍ଶକଙ୍କ ମଧ୍ୟରେ ଗଭୀର ଛାପ ଛାଡ଼ିଯାଇଥିଲେ। ଋଷି କପୁର ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। ଏଗୁଡ଼ିକ ମଧ୍ୟରେ ଗୋଟିଏ ଥିଲା ୧୯୯୧ମସିହାରେ ରିଲିଜ ହୋଇଥିବା ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ‘ହିନା’। ଏହା ରାଜ କପୁରଙ୍କ ଶେଷ ଫିଲ୍ମ ଥିଲା। ରାଜ କପୁରଙ୍କ ମୃତ୍ୟୁ ପରେ,ରଣଧୀର କପୁର ଏହି ଫିଲ୍ମର ନିର୍ଦେଶନା ଦେଇଥିଲେ ଏବଂ ଋଷି କପୁର ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

{"id":267045,"sizeSlug":"large"}

କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ ଫିଲ୍ମ ‘ହିନା’ରେ କରିଶ୍ମା କପୁର କାମ କରିବାକୁ ଚାହୁଁଥିଲେ। ଏହି ଫିଲ୍ମରେ ଋଷି କପୁର ନିଜ ଆକ୍ଟିଂ ଦ୍ବାରା ସମସ୍ତଙ୍କୁ ଦିଓ୍ବାନା କରିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା। କରିଶ୍ମା ନିଜ ଜେଜେବାପାଙ୍କ ଫିଲ୍ମରେ ନାୟିକା ଭୂମିକାରେ କାମ କରିବାକୁ ଚାହୁଁଥିଲେ,କିନ୍ତୁ ତାଙ୍କ ସ୍ବପ୍ନ ପୂରଣ ହୋଇପାରିନଥିଲା। ଏହି ଫିଲ୍ମରେ ପାକିସ୍ତାନୀ ଅଭିନେତ୍ରୀ ଜେବା ବଖ୍ତିୟାରଙ୍କୁ ନିଆଯାଇଥିଲା। ଏହି ଫିଲ୍ମ ୧୯୯୧ମସିହା ଜୁନ୍ ୨୮ତାରିଖରେ ରିଲିଜ ହୋଇଥିଲା। ଫିଲ୍ମରେ ଋ​‌ଷି କପୁର,ଜେବା ବଖ୍ତିୟାର,ଅଶ୍ବିନୀ ଭାବେ,ସଇଦ ଜାଫରୀ ଏବଂ ଫରିଦା ଜଲାଲ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

{"id":267046,"sizeSlug":"large"}

କରିଶ୍ମା କପୁରଙ୍କୁ ‘ହିନା’ ଫିଲ୍ମରେ ଏଥିପାଇଁ ନିଆଯାଇନଥିଲା କାରଣ ଏଥିରେ ମୁଖ୍ୟ ଅଭିନେତା ତାଙ୍କ ଦାଦା ଋଷି କପୁର ଥିଲେ। ଏକ ସାକ୍ଷାତକାରରେ ଋଷି କପୁର ଏହା ବିଷୟରେ ଖୁଲାସା କରିଥିଲେ।

{"id":267047,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.