ସୋସାଲ ମିଡିଆରେ ନିଜ ଜନ୍ମ ଦିନର ଫଟୋ ସେୟାର କଲେ କରିଶ୍ମା କପୁର, ଜାଣନ୍ତୁ କ’ଣ କମେଟ କରିଛନ୍ତି କରଣ ଜୋହର

Published By : Prameya-News7 Bureau | August 02, 2019 IST

ବଲିଉଡ୍ ନାୟିକା କରିଶ୍ମା କପୁର ତାଙ୍କ ୪୫ତମ ଜନ୍ମ ଦିନକୁ ଲଣ୍ଡନରେ ମା ବବିତା ଓ ଭଉଣୀ କରିନାଙ୍କ ସହ ପାଳନ କରିଛନ୍ତି। ଜନ୍ମଦିନ ଅବସରରେ କରିଶ୍ମା ନୀଳ ସମୁଦ୍ର ନିକଟକ ଏକ ସ୍ୱିମିଂ ପୁଲରେ କଳା ମନୋକିନୀ ପିନ୍ଧି ଏକ ଫଟୋ ସୁଟ୍ କରିଥିବା ବେଳେ ତାକୁ ତାଙ୍କ ସୋସାଲ ସାଇଟରେ ଅପଲୋଡ କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଫଟୋରେ କରିଶ୍ମା ତାଙ୍କ ବୟସକୁ ପଛରେ ପକାଇଦେଇଥିବା ଭଳି ଲାଗୁଛନ୍ତି। ଯାହାର କ୍ୟାପସନ ରଖିଛନ୍ତି ‘ଲଭ ୟୋରସେଲ୍ଫ ଏଟ୍ ଏଭ୍ରି ଏଜ’।

wp:html
/wp:html

ସୋସାଲ ମିଡିଆରେ ଫଟୋ ଦେଖି କେବଳ ଫ୍ୟାନସ ନୁହଁନ୍ତି ବଲିଉଡର ଦିଗ୍ଗଜମାନେ ମଧ୍ୟ ଭଳି ଯାଇଛନ୍ତି। ପ୍ରଖ୍ୟାତ ନିର୍ଦ୍ଦେଶକ କରନ ଜୋହର ଫଟୋ ଦେଖି ଏତେ ପ୍ରଭାବିତ ହୋଇ ପଡିଛନ୍ତି ଯେ ମନ୍ତବ୍ୟରେ ‘ଭରି ହଟ୍ ଲଲୋ’ ବୋଲି ଉଲ୍ଲେଖ କରିଛନ୍ତି ।  କରଣଙ୍କ ବ୍ୟତୀତ କୈଟିରନା କୈଫ, ଅମୃତା ଆରୋରା, ସଞ୍ଜୟ କପୁରଙ୍କ ସମେତ ଅନ୍ୟ କଳାକାରମାନେ ଫଟୋକୁ ଖୁବ୍ ତାରିଫ କରିବା ସହ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

wp:html
View this post on Instagram

Love urself at every age ? #nofilter #birthdaymood

A post shared by KK (@therealkarismakapoor) on

/wp:html

କରିଶ୍ମା ସୋସାଲ ସାଇଟ୍ ରେ ଜନ୍ମଦିନର ବି ଏକ ଫଟୋ ଅପଲୋଡ କରିଛନ୍ତି। ଯେଉଁଥିରେ ସେ ତାଙ୍କ ପୁତୁରା ତୈମୁରଙ୍କୁ ବାର୍ଥଡେ କେକ୍ ଖୁଆଇ ଦେଉଥିବା ଦେଖା ଯାଉଛି। ତେବେ କିଛି ଦିନ ପୂର୍ବରୁ କରିଶ୍ମା ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ ଏବେ ଫିଲ୍ମରେ କାମ କରିବାକୁ ଚାହୁଁ ନଥିବା କହିଥିଲେ। ଘରେ ପିଲାଙ୍କ ସହ ଏବେ ସେ ସମୟ ଅତିବାହିତ କରୁଛନ୍ତି। ତେବେ ଖୁବ୍ ଶୀଘ୍ର କରିଶ୍ମାଙ୍କୁ ଓଟିଟି ପ୍ରକଳ୍ପ ଏଏଲଟି ବାଲାଜୀର ‘ମେଣ୍ଟଲ ହୁଡ’ରେ  ଦେଖାଯିବେ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.