Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||

ଋଷି କପୂରଙ୍କ ଝିଅ ଓ କରୀଶ୍ମା କପୂରଙ୍କ ମଧ୍ୟରେ ଦୀର୍ଘଦିନ ହେଲା ଲାଗି ରହିଛି ବିବାଦ, ଜାଣନ୍ତୁ କାହିଁକି

16/09/2019 at 3:25 PM

ମୁମ୍ବାଇ୧୫|୯:  ବଲିଉଡ୍ ଅଭିନେତା ଋଷି କପୂରଙ୍କ ପରିଚୟ ଦେବାର ଆବଶ୍ୟକତା ନାହିଁ। ତାଙ୍କର ଅଭିନୟ ଯାଦୁରେ ସେ ଦର୍ଶକଙ୍କ ପାଖରେ ବେଶ ଲୋକପ୍ରିୟ ହୋଇପାରିଛନ୍ତି। ଫିଲ୍ମ ଦୁନିଆ ସହ ଋଷି କପୂର ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ହେଲେ ତାଙ୍କ ଝିଅ ରୀଦ୍ଧିମା କପୂର ଦେଖିବା ପାଇଁ ବହୁତ ସୁନ୍ଦର ତଥାପି ଗ୍ଲାମର ଦୁନିଆଠାରୁ ସେ ଦୂରେଇ ରହନ୍ତି। ବଲିଉଡରେ ଏଣ୍ଟ୍ରି କରିବା ବଦଳରେ ସେ ବିଜିନେସ୍‌ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ଋଷିକପୁରଙ୍କ ବ଼ଭାଇ ରଣଧୀର କପୁରଙ୍କ ଝଅ ବଲିଉଡ ଅଭିନେତ୍ରୀ କରୀଶ୍ମା କପୂର ଓ ରୀଦ୍ଧିମା କପୂରଙ୍କ ମଧ୍ୟରେ ବିବାଦ ଲାଗି ରହିଛି ।

ରୀଦ୍ଧିମା ଫେସନ ଡିଜାଇନ ଓ ଅଳଙ୍କାର ଡିଜାଇନ କରିବା ପାଇଁ ସେ ପସନ୍ଦ କରନ୍ତି। କପୂର ପରିବାର ଭିତରେ ସବୁ ମିଳିମିଶି ରହନ୍ତି। ହେଲେ କରୀଶ୍ମା ଓ ରୀଦ୍ଧିମାଙ୍କ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ସବୁଆଡ଼େ ଚର୍ଚ୍ଚା ହେଉଛି। ସେପ୍ଟେମ୍ବର ୧୫ ତାରିଖରେ ରୀଦ୍ଧିମାଙ୍କ ଜନ୍ମଦିନ ଅବସରରେ ମଧ୍ୟ ଏହିଭଳି କିଛି ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଯେ, ଦୁଇଜଣ ସଂପର୍କୀୟ ଭଉଣୀ ହେବା ସତ୍ବେ ପରସ୍ପରକୁ କେହି ପସନ୍ଦ କରନ୍ତି ନାହିଁ। ଉଭୟଙ୍କ ମଧ୍ୟରେ ଦୀର୍ଘ ୧୦ ବର୍ଷ ହେଲା ଏହି ବିବାଦ ଲାଗି ରହିଛି। ଏମିତି କି କେହି କାହାର ବିବାହ ଉତ୍ସବକୁ ମଧ୍ୟ ଯାଇ ନଥିଲେ। କୁହାଯାଏ ଉଭୟଙ୍କ ମାଆଙ୍କ ପାଇଁ କରୀଶ୍ମା ଓ ରୀଦ୍ଧିମାଙ୍କ ମଧ୍ୟରେ ବିବାଦ ଲାଗି ରହିଛି। କପୂର ଖାନଦାନର ବୋହୂ ନୀତୁ ଓ ବନୀତାଙ୍କ ମଧ୍ୟରେ ମତାନ୍ତର ଯୋଗୁ ଦୁଇ ଉଭଣୀ ମଧ୍ୟରେ ଫାଟ ସୃଷ୍ଟ ହୋଇଛି। ଏମାନଙ୍କର ପ୍ରଭାବ ସିଧା ତାଙ୍କ ପିଲା କରୀଶ୍ମା ଓ ରୀଦ୍ଧିମାଙ୍କ ଉପରେ ପଡିଛି।

ପ୍ରଥମରୁ କରୀନା ଓ କରୀଶ୍ମା ଦୁଇଜଣ ରଣବୀର ଓ ରୀଦ୍ଧିମାଙ୍କ ସହ କଥା ହେଉନଥିଲେ। ଧୀରେ ଧୀରେ ରଣବୀର ସେମାନଙ୍କ ସହ କଥା ହେବା ଆରମ୍ଭ କରିଥିଲେ। କିଛିଦିନ ତଳେ କରିଶ୍ମା କପୂରଙ୍କ ଏକ୍ସ ସ୍ବାମୀଙ୍କ ପତ୍ନୀ ପ୍ରିୟା ସଚଦେବଙ୍କ ସହ ରୀଦ୍ଧିମା ହାତ ମିଳାଉଥିବା ଦୃଶ୍ୟ ସୋସିଆ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହା ଦେଖି କରୀଶ୍ମା ରାଗି ଖପ୍ପା ହୋଇଯାଇଥିଲେ।

   Related Posts