ବଲିଉଡରେ ୩୦ ବର୍ଷ ପୂରଣ କଲେ କରିସ୍ମା କପୁର, ଭିଡିଓ ଦେଖି ଭାବପ୍ରବଣ ହେଲେ ଫ୍ୟାନ୍ସ

Published By : Prameya-News7 Bureau | July 02, 2021 IST

ମୁମ୍ବାଇ ୦୨/୦୭ : ୯୦ ଦଶକର ଜଣାଶୁଣା ହିଟ୍ ଅଭିନେତ୍ରୀ କରିସ୍ମା କପୁର । କରିସ୍ମା କପୁର ତାଙ୍କ ଜମାନାରେ ଅନେକ ହିଟ୍ ଫିଲ୍ମ କରିଛନ୍ତି । ଏହା ମଧ୍ୟରେ ଅନେକ ଫିଲ୍ମ ହିଟ୍ ହେବା ସହ ସେହି ସିନେମାର ଗୀତ ଗୁଡିକ ମଧ୍ୟ ଏବେ ଯାଏଁ ଲୋକପ୍ରିୟ ହୋଇ ରହିଛି । ଆଜି ମଧ୍ୟ କରିସ୍ମାଙ୍କ ଫ୍ୟାନ୍ସମାନେ ତାଙ୍କ ଗୀତରେ ଡ୍ୟାନ୍ସକରି ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରିନ୍ତି । କପୁର ଖାନଦାନର ପ୍ରଥମ ଝିଅ ଭାବେ ଅଭିନୟକୁ ଆସିଥିବା କରିସ୍ମା କପୁର ବଲିଉଡରେ ୩୦ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫ୍ୟାନ୍ସମାନଙ୍କ ସହ ୩୦ ବର୍ଷର ପୁରୁଣା ଭିଡିଓ ସବୁ ସେୟାର କରିଛନ୍ତି । ଏହି ଫ୍ଲାସବ୍ୟାକ୍ ବେଶ ପପୁଲାର ରହିଛି ।

ତେବେ କରିସ୍ମା ଇନଷ୍ଟାଗ୍ରାମରେ ସେୟାର କରିଥିବା ଅନେକ  ଗୀତର ରିମିକ୍ସ ରହିଛି । ଭିଡିଓରେ ୯୦ ଦଶକରୁ ୨୦୦୦ ମସିହା ପର୍ଯ୍ୟନ୍ତ କରିସ୍କା ଅଭିନୀତ ସିନେମାର ଗୀତ ରହିଛି  । ସେଥିରେ ହିଟ୍ ସିନେମା କୁଲି ନମ୍ବର -୧, ଦୁଲହନ ହମ ଲେ ଜାୟେଙ୍ଗେ , ଜୁଡୱା, ହମ ସାଥ ସାଥ ହେଁ, ରାଜା ବାବୁ, ଅନ୍ଦାଜ୍ ଅପନା ଅପନା, ହିରୋ ନମ୍ବର ୱାନ, ରାଜା ହିନ୍ଦୁସ୍ତାନୀ ପରି ଏହି ସୁପର ହିଟ୍ ଫିଲ୍ମର ହିଟ ଗୀତ ଗୁଡିକ ଯୋଡା ଯାଇ ରିମିକ୍ସ୍ କରାଯାଇଛି । ଏହି ଭିଡିଓଗୁଡିକ ଖୁବ୍ ସୁନ୍ଦର ହୋଇଥିବା ବେଳେ କରିସ୍ମା ସେୟାର କରି ଲେଖିଛନ୍ତି କି ଏହା ୯୦ ଦଶକର କିଛି ସ୍ମୃତି । ଏହି ଭିଡିଓ ଫ୍ୟାନ୍ସମାନଙ୍କୁ ଖୁବ୍ ପସନ୍ଦ ଆସିଛି । ଭାଇରାଲ ହେବା ସହ ତିନି ଲକ୍ଷରୁ ଅଧିକ ଲାଇକ୍ ଆସିଛି । ଏଥିରେ କେବଳ କରିସ୍ମାଙ୍କ ଫ୍ୟାନ୍ସ ନୁହଁନ୍ତି, ଅନେକ ସେଲିବ୍ରିଟି ମଧ୍ୟ କମେଣ୍ଟ ଦେଇଛନ୍ତି । ଅଭିନେତ୍ରୀ ସୋନମ କପୁରଙ୍କ ଭଉଣୀ ରିଆ କପୁର କମେଣ୍ଟରେ ଲେଖିଛନ୍ତି, ‘ଫ୍ୟାଶନ ଆଇକନ୍’ । ସେହିଭଳି କରିସ୍ମାଙ୍କ ବାନ୍ଧବୀ ମଲାଇକା ଓ ମହୀପ କପୁର ମଧ୍ୟ କମେଣ୍ଟ ଦେଇଛନ୍ତି ।

ସୂଚନା ଅନୁଯାୟୀ  କରିସ୍ମା ୧୯୯୧ ମସିହାରେ ଫିଲ୍ମ ପ୍ରେମ କଏଦୀରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ସେ ନିଲିମା ଭୂମିକାରେ ନଜର ଆସିଥିଲେ । ଏହା ପରେ ସେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ବହୁ ଦିନ ଧରି ରାଜ୍ କରିଥିଲେ । କରିସ୍ମା ଶେଷଥର ପାଇଁ ୨୦୨୦ ରେ ରିଲିଜ୍ ୱେବ ସିରିଜ୍ ମେଟଲହୁଡରେ ନଜର ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.