Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଗୋବିନ୍ଦନଗର ବିଧାନସଭା ଉପ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହେଲେ ଏନଏସୟୁଆଇର ରାଷ୍ଟ୍ରୀୟ ମହାସଚିବ ୨୫ ବର୍ଷ ବୟସ୍କା କରୀଶ୍ମା

15/09/2019 at 12:42 PM

କାନପୁର୧୫|୯; ଉତ୍ତରପ୍ରଦେଶର କାନପୁର ଅନ୍ତର୍ଗତ ଗୋବିନ୍ଦନଗର ବିଧାନସଭା ଆସନ ଲାଗି ଉପ ନିର୍ବାଚନରେ କଂଗ୍ରେସ ଏନଏସୟୁଆଇର ରାଷ୍ଟ୍ରୀୟ ମହାସଚିବ କରିଶ୍ମା ଠାକୁରଙ୍କୁ ପ୍ରାର୍ଥୀ କରିଛି । କରିଶ୍ମାଙ୍କୁ ଏହିଁ ଏହି ଆସନରୁ ଟିକଟ ମିଳବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ଗୋବିନ୍ଦ ନଗର ବିଧାନସଭା ଉପନିର୍ବାଚନରେ ସ୍ଥାନୀୟ ବର୍ଷ୍ଠ ନେତାମାନେ ପ୍ରାର୍ଥୀ ହେବାକୁ ଅମଙ୍ଗ ହେବା ଫଳରେ କରୀଶ୍ମା ପ୍ରାର୍ଥୀ ହେବା ସ୍ପଷ୍ଟ ଥିଲା । ୨୫ ବର୍ଷ ବୟସ୍କା କରୀଶ୍ମା ଗତ ୭ବର୍ଷ ହେଲା କଂଗ୍ରେସ ଛାତ୍ର ରାଜନୀତି ସହିତ ଜଡିତ ଥିଲେ ।

ସୂଚନାଯୋଗ୍ୟ ଯେ, କରୀଶ୍ମାଙ୍କ ଜନ୍ମ ଏକ ରାଜନୈତକ ପରିବାରରେ ହୋଇଛି । କରୀଶ୍ମାଙ୍କ ପିତା ରାଜେଶ ସିଂ ସ୍ଥାନୀୟ କ୍ରାଇଷ୍ଟ ଡିଗ୍ରୀ କଲେଜ ଛାତ୍ର ସଂଘର ସଭାପତି ଥିଲେ । ଏହାପରେ ସେ କଂଗ୍ରେସ ଓ ବହୁଜନ ସମାଜବାଦୀ ପାର୍ଟି ଟିକଟରେ ଦୁଇଥର ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ ।

କରିଶ୍ମା ୨୦୧୩ ମସିହାରେ କରୀଶ୍ମା ଏଏନଏସୟୁଆଇର ପ୍ରାର୍ଥୀଭାବେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଲଢିଥିଲେ । ଏହାପରେ ସେ ଏନଏସୟୁଆଇର ରାଷ୍ଟ୍ରୀୟ ମହାଚିବ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ଦୀର୍ଘ ୬ବର୍ଷ ହେଲା ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ରାଜନୀତି ସହ କରୀଶ୍ମା ସଂପୃକ୍ତ ଥିଲେ । ଏହାପରେ ସେ ଆଇନ ଶିକ୍ଷା ମଧ୍ୟ ସମାପ୍ତ କରିଥିଲେ । ପ୍ରଥମ ଥର ପାଇଁ ବିଧାନସଭା ପ୍ରାର୍ଥୀଭାବେ ସେ ମୁଖ୍ୟସ୍ରୋତ ରାଜନୀତିରେ ପ୍ରବେଶ କରିଛନ୍ତି ।

ଟିକଟ ପାଇବାପରେ କରୀଶ୍ମା ନିଜ ପ୍ରତିକ୍ରୀୟାରେ ନିଶ୍ଚୟ ବିଜୟୀ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ସ୍ଥାନୀୟ ପୂର୍ବତନ ବିଧାୟକ ଖେବେ ସ୍ଥାନୀୟ ଲୋକଙ୍କ ପାଖରେ ରହିନାହାନ୍ତି । ତାଙ୍କର ମୁଖ୍ୟ ଅସ୍ତ୍ର ଏବଂ ସ୍ଲୋଗାନ ହେଲା ସେ ସ୍ଥାନୀୟ ଲୋକଙ୍କ ସହ ସବୁ ସମୟରେ ରହିବେ ।

   Related Posts