Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସରିଲାଣି ନିର୍ବନ୍ଧ ! ଖୁବ୍‌ ଶୀଘ୍ର ବିବାହ କରିବେ ଅଭିନେତ୍ରୀ କରିସ୍ମା ତନ୍ନା…

13/11/2021 at 10:17 AM

ନୂଆଦିଲ୍ଳୀ ୧୩।୧୧ : ଖୁବ୍‌ଶୀଘ୍ର ଖୁସିଖବର ଦେଇପାରନ୍ତି ଟେଲି ଅଭିନେତ୍ରୀ କରିସ୍ମା ତନ୍ନା। କିଛିଦିନ ଧରି ସେ ଛୋଟ ପରଦାରୁ ଦୂରେଇ ଯାଇ ନିଜକୁ ବ୍ରେକ୍‌ ଦେଇଥିଲେ। ଏସବୁ ମଧ୍ୟରେ ତାଙ୍କ ଜୀବନରେ କେହି ଖାସ୍‌ ଲୋକ ଆସିଯାଇଥିବା ନେଇ ଚର୍ଚ୍ଚା ହେଉଥିଲା। ଏବେ ତାଙ୍କୁ ନେଇ ନୂଆ ଚର୍ଚ୍ଚା ହେଉଛି। ତେବେ ରିପୋର୍ଟ ଅନୁଯାୟୀ ସେ ଏକ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ ବରୁଣ ବଙ୍ଗେରାଙ୍କୁ ଡେଟ୍‌ କରୁଥିଲେ। ଶୁଣିବାକୁ ମିଳୁଛି କି ଉଭୟଙ୍କର ନିର୍ବନ୍ଧ କରିନେଇଛନ୍ତି। ଏନେଇ ସୋସିଆଲ ମିଡିଆ ଆକାଉଣ୍ଟରେ ଶୁଭେଚ୍ଛା ଲେଖାଥିବା ଏକ କେକ୍‌ର ଫଟୋ ସେୟାର କରିଛନ୍ତି।

କରିସ୍ମା-ବରୁଣ ପରସ୍ପରକୁ ଜଣେ ବନ୍ଧୁଙ୍କ ଜରିଆରେ ଚିହ୍ନି ଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିବାକୁ ଲାଗିଲା। କିଛିଦିନ ଧରି ସେମାନେ ପରସ୍ପରକୁ ଡେଟ୍‌ କରି ଆସୁଥିଲେ। ଏକାଠି ଛୁଟି କଟାଇବାଠାରୁ ଆରମ୍ଭ କରି ପରସ୍ପର ସହ ଅଧିକ ସମୟ ମଧ୍ୟ ବିତାଉଥିଲେ ସେ। ଏବେ ସମ୍ପର୍କକୁ ଆଉ ପାଦେ ଆଗକୁ ବଢାଇବା ନେଇ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ନେଇ କୁହାଯାଉଛି।

   Related Posts