Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

‘ହନିମୁନ ବେଳେ ସାଂଗ ସହ ମୋର ସଉଦା କରିଥିଲେ ମୋ ସ୍ବାମୀ’: କରିସ୍ମା

14/02/2019 at 5:40 PM

କରିସ୍ମା କପୁର ସ୍ୱାମୀ ସଂଜୟ କପୁରଙ୍କୁ ଛାଡପତ୍ର ଦେଇସାରିଛନ୍ତି। ଅଲଗା ହେଲା ପରେ ଝିଅ ଓ ପୁଅ ସହ କରିସ୍ମା ଏକା ରୁହନ୍ତି। କରିସ୍ମା, କପୁର ବଂଶର ପ୍ରଥମ ଝିଅ ଯିଏ ବିବାହ ପରେ ମଧ୍ୟ ସିନେମାରେ କାମ କରିଛନ୍ତି। କରିସ୍ମାଙ୍କୁ ୪୪ ବର୍ଷ ହୋଇସାରିଛି। ତେବେ ଆଜି ମଧ୍ୟ ଖୁବ୍‌ ସୁନ୍ଦର ଦେଖାଯାଆନ୍ତି କରିସ୍ମା। ୯୦ ଦଶକରେ ଅନେକ ସୁପରହିଟ୍‌ ଫିଲ୍ମ କରିଥିବା ଏହି ଅଭିନେତ୍ରୀ ଦର୍ଶକଙ୍କ ଦିଲ୍‌ରେ ରାଜ କରୁଥିଲେ।
 କରିସ୍ମା ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେବା ପୂର୍ବରୁ ସଂଗୀନ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ସଂଜୟ ତାଙ୍କୁ ମାରପିଟ୍‌ କରୁଥିଲେ ଓ ତାଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ଦେଉନଥିଲେ।। ଛାଡପତ୍ର ଦେବା ସମୟରେ କରିସ୍ମା ଝିଅ ପୁଅମାନଙ୍କ ପାଇଁ ସଂଜୟଙ୍କଠୁ ମୋଟା ରକମ ହାସଲ କରିଥିଲେ। ୨୦୦୩ ମସିହାରେ ଉଭୟଙ୍କ ବିବାହ ହୋଇଥିଲା ଓ ୨୦୧୬ ମସିହାରେ ଦୁହେଁ ଅଲଗା ହୋଇଥିଲେ। କିଛି ଦିନ ପୂର୍ବରୁ କରିସ୍ମା ସଂଜୟଙ୍କ ସମ୍ପର୍କରେ ଗୁରୁତର କଥା କହିଛନ୍ତି । ପ୍ରଶଂସକଙ୍କୁ ଏହା ଖୁବ୍‌ ଆଚମ୍ୱିତ କରିଥିଲା।
 ବିବାହ ପରେ ହନିମୁନ ଯାଇଥିବା ବେଳେ ସଂଜୟ ତାଙ୍କ ସାଙ୍ଗ ସହ ସ୍ତ୍ରୀର ସଉଦା କରିତିଲେ ବୋଲି କରିସ୍ମା କହିଥିଲେ। ଘରେ ମଧ୍ୟ ସଂଜୟ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ସହ ଅୟାଶି କରୁଥିଲେ। ପ୍ରଥମ ସ୍ତ୍ରୀଙ୍କ ସହ ଲିଭଇନରେ ରହୁଥିଲେ। ଏହି ବିଷୟରେ କଥା ବାର୍ତ୍ତା କରିଲେ ସଂଜୟ ତାଙ୍କ ସହ ଝଗଡା କରୁଥିଲେ। କେବଳ ସେତିକି ନୁହଁ କରିସ୍ମା ଗର୍ଭବତୀ ଥିବା ସମୟରେ ସଂଜୟଙ୍କ ମାଁ ତାଙ୍କୁ ଗୋଟେ ଡ୍ରେସ ଗିଫ୍ଟ କରିଥିଲେ। ଗର୍ଭବତୀ ଥିଲେ ବୋଲି ସେ ଡ୍ରେସ ତାଙ୍କୁ ଫିଟ୍‌ ହୋଇନଥିଲା। ଏହି କାରଣ ଯଗୁଁ ସଂଜୟ ତାଙ୍କୁ ମାରିଥିଲେ।
ସଂଜୟଙ୍କ ଅତ୍ୟାଚାର ଦିନ କୁ ଦିନ ବଢୁଥିବାରୁ କରିସ୍ମା ତାଙ୍କୁ ଛାଡପତ୍ର ଦେବା ପାଇଁ କହିଥିଲେ। କରିସ୍ମାଙ୍କର ଝିଅ ସମାୟରା ଓ ପୁଅ କିୟାନଙ୍କ ସହ ପୁରା ଜୀବନ କାଟିବାର ନିଷ୍ପତ୍ତି ନେଇଥିଲେ। କରିସ୍ମା କହିଥିଲେ ଯେ ସଂଜୟ ତାଙ୍କୁ ସୋ ଅଫ କରିବା ପାଇଁ ବିବାହ କରିଥିଲେ। କିଛି ଦିନ ସେ ମିଡିଆର ଚର୍ଚ୍ଚାରେ ଆସିବାକୁ ଚାହୁଁଥିଲେ। ସେ ତାଙ୍କୁ କେବେ ପ୍ରକୃତରେ କେବେ ଭଲ ପାଇନଥିଲେ ବୋଲି କରିସ୍ମା କହିଥିଲେ।

   Related Posts