ଡିଜିଟାଲ ପ୍ଲାଟଫର୍ମରେ କ୍ୟାରିୟର ଗଢିବେ କରିସ୍ମା, କରିସାରିଲେଣି ପ୍ରସ୍ତୁତି

Published By : Prameya-News7 Bureau | December 29, 2019 IST

ଡିଜିଟାଲ ପ୍ଲାଟଫର୍ମରେ କ୍ୟାରିୟର ଗଢିବାକୁ ଯାଉଛନ୍ତି ବଲିଉଡ୍‌ ନାୟିକା କରିସ୍ମା କପୁର। ରୂପେଲି ପରଦାରେ ଦୀର୍ଘ ବର୍ଷଧରି ଦର୍ଶକଙ୍କୁ ବାନ୍ଧି ରଖିଥିବା କରିସ୍ମା କପୁର ବାଲାଜୀ ପ୍ରଡକ୍ସନ ୱେବ୍‌ ସିରିଜ୍‌ ‘ମେଣ୍ଟଲ ହୁଡ୍’ ଜରିଆରେ ତାଙ୍କର ଡିଜିଟାଲ ପ୍ରବେଶ ହେବ। ଏଥିଲାଗି କରିସ୍ମା ଏବେ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ମାତୃତ୍ୱରେ ଶିଶୁଙ୍କ ପ୍ରତି ମା ମାନଙ୍କର ଥିବା ଅହେତୁକସ୍ନେହକୁ ନେଇ ଏହା ଏକ କମେଡି ଡ୍ରାମା ସିରିଜ୍‌ ହେବ, ଯାହାର ମୁଖ୍ୟ ଭୂମିକାରେ ଅଭିନୟ କରିବେ କରିସ୍ମା ।

{"id":204141,"sizeSlug":"large"}

 ସିରିଜରେ କରିସ୍ମାଙ୍କ ସହ ଡିନୋ ମାରିଆ ମଧ୍ୟ ଅଭିନୟ କରିବେ। ୱେବ୍‌ ସିରିଜରେ କରିସ୍ମାଙ୍କ ପ୍ରତ୍ୟାବର୍ତ୍ତନ ନେଇ ତାଙ୍କ ପରିବାର ବି ବେଶ୍ ଉତ୍ସାହୀ ହୋଇଉଠିଛନ୍ତି। ପରିବାର ସଦସ୍ୟ ଓ କରିସ୍ମାଙ୍କ ବାନ୍ଧବୀମାନେ ଲୋଲୋ ତାଙ୍କ ପ୍ରତ୍ୟାବର୍ତ୍ତନ ଲାଗି ବେଶ୍ ଆଗ୍ରହୀ ଥିବା କହିଛନ୍ତି। ତାଙ୍କ ପିଲାମାନେ ଏବେ ବଡ଼ ହୋଇଗଲେଣି ଏଣୁ ସେ ଖାସ୍ ଅଭିନୟ ଲାଗି ଏବେ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏଥିଲାଗି ସେ ନିଜ ଓଜନ ହ୍ରାସ କରିସାରିଥିବା ବେଳେ ଏବେ ପାର୍ଟି ଓ ବିମାନବନ୍ଦରରେ ଫଟୋ ଉଠାଉଥିବା ଦେଖାଯାଇଛି। ଏଥିଲାଗି ସେ ଭଉଣୀ କରୀନା ଓ ତାଙ୍କ ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଜରିଆରେ ଚର୍ଚ୍ଚାରେ ରହିବାକୁ ବି ପସନ୍ଦ କରୁଛନ୍ତି। କେମିତି ବି ହେଉ ସେପର୍ଦ୍ଦାକୁ ପ୍ରତ୍ୟାବର୍ତ୍ତନ ଲାଗି ଚାହୁଁଛନ୍ତି। ହେଲେ ଏବେ ସ୍କୋପ୍‌ ଆଉ ଆଗପରି ନାହିଁ। ଏଣୁ ୱେବ୍‌ ସିରିଜ୍‌ ତାଙ୍କୁ ବେଶ ସୁହାଇବ ବୋଲି ଆଶା କରାଯାଉଛି।

{"id":204142,"sizeSlug":"large"}

ଏହା ପୂର୍ବରୁ ଡିନୋଙ୍କ ସହ କରିସ୍ମା ଏକ ଫିଚର ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ ହେଲେ ଫିଲ୍ମଟିଫ୍ଲପ୍‌ ହୋଇଯାଇଥିଲା। ସେହିବର୍ଷ ସେ ଏକ ଟିଭି ସିରିଜରେ ବି କାମ କରିଥିଲେ। ହେଲେ ତାହା ମଧ୍ୟ ତାଙ୍କୁ ସଫଳତାପାଇପାରିନଥିଲା। ବିବାହର ୯ ବର୍ଷ ପରେ ୨ଟି ସନ୍ତାନର ଜନନୀ ହୋଇସାରିଥିବା କରିସ୍ମା ବିକ୍ରମ ଭଟ୍ଟଙ୍କ ଏକ ଫିଲ୍ମରେ ବଡ଼ପରଦା ଲେଉଟାଣୀ କରିବେ ବୋଲି ଭାବିଥିଲେ। ହେଲେ ତାହାବି ସଫଳ ହୋଇନଥିଲା। ତେବେ ଡିଜିଟାଲରେ ଭାଗ୍ୟ ତାଙ୍କୁ କିପରି ସାଥ ଦେଉଛି ତାହା ଦେଖିବାର କଥା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.