କରିନା-ସୈଫଙ୍କ ଘରକୁ ଆସିଲେ ନୂଆ ଅତିଥି, ପୁତ୍ର ସନ୍ତାନ ଜନ୍ମ ଦେଲେ ବେବୋ, ତୈମୁରଙ୍କୁ ମିଳିଲା ଭାଇ

Published By : Prameya-News7 Bureau | February 21, 2021 IST

ମୁମ୍ବାଇ,୨୧/୦୨:    ଅଭିନେତ୍ରୀ କରିନା କପୁର ଓ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରକୁ ଆସିଲା ଖୁସି ଖବର । ପୁଣି ପୁତ୍ର ସନ୍ତାନର ଜନନୀ ହେଲେ କରିନା । ରବିବା କରିନା କପୁର ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ଖୁସି ହେବା ସହ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

କରିନା ଓ ସୈଫଙ୍କ ଘରକୁ ପୁଣି ଜଣେ ନୂଆ ଅତିଥୀ ଆସିଛନ୍ତି । ଉଭୟ ଗତ ବର୍ଷ ଅଗଷ୍ଟରେ ଦ୍ୱିତୀୟ ସନ୍ତାନ ନେଇ ଘୋଷଣା କରିଥିଲେ । ସୋସିଆଲ ମିଡିଆରେ ପୋଷ୍ଟ କରି ଦ୍ୱିତୀୟ ସନ୍ତାନ ପାଇଁ ଆଉ ଅପେକ୍ଷା କରିହେଉ ନାହିଁ ବୋଲି କହିଥିଲେ କରିନା ।

ଏହି ଖୁସି ଖବର ପରେ ଉଭୟ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି । ଫ୍ୟାନ୍ସମାନେ ଉଭୟଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି । ଗତ କିଛି ଦିନ ତଳେ କରିନା ଜିନ୍ସ ଓ ଟି ସାର୍ଟରେ ନଜର ଆସିଥିଲେ । ପରେ ସେ କୁର୍ତ୍ତୀ, ପାଇଜାମା ଆଦି ପିନ୍ଧିଥିଲେ ।

ପୂର୍ବଥର ଭଳି ଗର୍ଭବତୀ ଥିବା ବେଳେ ମଧ୍ୟ କରିନା କାମ କରିବା ଜାରି ରଖିଥିଲେ ।ସେ କେବେବି କାମ କରିବା ପାଇଁ ଥକିବେ ନାହିଁ ବୋଲି ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ । ଏପରିକି କାମ କରିବା ଦ୍ୱାରା ପେଟରେ ବଢୁଥିବା ଶିଶୁଟି ସୁସ୍ଥ ରହିଥାଏ ବୋଲି ଯୁକ୍ତି ବାଢିଥିଲେ କରିନା କପୁର । ଏବେ ସେ ପୁଣି ଥରେ ମାତୃତ୍ୱ ଲାଭ କରିଛନ୍ତି । ଏହାସହ ତାଙ୍କର ବଡ ପୁତ୍ର ତୈପୁରଙ୍କୁ ଏକ ଭାଇ ମିଳି ଯାଇଛି । କେବଳ ଫ୍ୟାନ୍ସ ନୁହେଁ ବଲିଉଡ୍ ଜଗତର ଅନେକ ସେଲିବ୍ରିଟି ମଧ୍ୟ କରିନା ଓ ସୈଫଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.