ମୋଦୀଙ୍କ ରାକ୍ଷୀ ଭଉଣୀଙ୍କ ସନ୍ଦେହଜନକ ମୃତ୍ୟୁ, ବାଲୁଚିସ୍ତାନର ସାମାଜିକ କର୍ମୀ କରିମା ପାକ୍ ସରକାରଙ୍କ ବର୍ବରତା ବିରୋଧରେ ଉଠାଇଥିଲେ ସ୍ୱର
22/12/2020 at 3:56 PM

ନୂଆଦିଲ୍ଲୀ,୨୨/୧୨: ପାକିସ୍ତାନର ବାଲୁଚିସ୍ତାନରେ ସେନା ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ମହିଳା ସାମାଜିକ କର୍ମୀ କରିମା ବାଲୋଚଙ୍କ କାନାଡାରେ ସନ୍ଦେହଜନକ ମୃତ୍ୟୁ ଘଟିଛି । ସେ ରବିବାରଠାରୁ ନିଖୋଜ ଥିଲେ । ସେ ୨୦୧୬ ରାକ୍ଷୀ ପୂର୍ଣ୍ଣିବା ଅବସରରେ ବାଲୋଚ ଷ୍ଟୁଡେମ୍ଟ୍ ଅର୍ଗାନାଇଜେସନର ଅଧ୍ୟକ୍ଷ ରହିବା ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାଇ କହି ଏକ ଭିଡିଓ ସନ୍ଦେଶ ଜାରି କରିଥିଲେ ।
କରିନା ରବିବାର ସନ୍ଧ୍ୟାରୁ ନିଖୋଜ ଥିଲେ । ତାଙ୍କୁ ଅପରାହ୍ନ ୩ଟାରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା । ତାଙ୍କର ମୃତଦେହ ମିଳିଥିବା ପରିବାର ଲୋକେ ସ୍ପଷ୍ଟ କରିଛନ୍ତି । ସେ ପାକ୍ ସରକାର ଓ ସେନା ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ । ସେ ସଂଯୁକ୍ତ ରାଷ୍ଚ୍ରରେ ମଧ୍ୟ ପାକ୍ ସେନାର ବର୍ବରତା ବାବଦରେ ସ୍ୱର ଉତ୍ତୋଳନ କରିଥିଲେ । ବିବିସି ମଧ୍ୟ କରିମାଙ୍କୁ ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରେରଣାଦାୟୀ ମହିଳାଙ୍କ ତାଲିକାରେ ସାମିଲ କରିଥିଲା । ତେବେ କରିମାଙ୍କ ସନ୍ଦେହଜନକ ମୃତ୍ୟୁ ପଛରେ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ଥିବା ଆଲୋଚନା ହେଉଛି ।
୨୦୧୬ରେ କରିମା ମୋଦୀଙ୍କୁ ଭାଇ ସମ୍ବୋଧନ କରିଥିଲେ । ଏହାସହ ଭିଡିଓ ସନ୍ଦେଶରେ କହିଥିଲେ ଯେ, ବାଲୁଚିସ୍ତାନର ଜଣେ ଭାଉଣୀ ଭାଇକୁ କିଛି କହିବାକୁ ଚାହୁଁଛି । ଏଠାରେ ତାଙ୍କର ଅନେକ ଭାଇ ନିଖୋଜ ହୋଇଛନ୍ତି । ଅନେକ ପାକ୍ ସେନା ଦ୍ୱାରା ପ୍ରାଣ ହରାଇଛନ୍ତି । ବେଲୁଚିସ୍ତାନ ପ୍ରସଙ୍କ ରାଷ୍ଟ୍ରୀୟ ସ୍ତରରେ ଉଠାଇବାକୁ ସେ ମୋଦୀଙ୍କୁ ନିବେଦନ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ୨୦୧୬ ସ୍ୱାଧିନତା ଦିବସ ଭାଷଣରେ ବେଲୁଚିସ୍ତାନକୁ ଏକ ସ୍ୱତନ୍ତ୍ର ଦେଶର ମାନ୍ୟଦା ତାବିକୁ ସମର୍ଥନ କରିଥିଲେ ।