କରୋନାରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତ୍ରୀ ଏବଂ ତାଙ୍କ ସାନ ଭଉଣୀ : ଚିନ୍ତାରେ ପୂରା ବଲିଉଡ

Published By : Prameya-News7 Bureau | April 07, 2020 IST

ମୁମ୍ବାଇ ୭/୪: ବଲିଉଡର ପ୍ରସିଦ୍ଧ ଫିଲ୍ମ ପ୍ରଡ୍ୟୁସର କରୀମ ମୋରାନିଙ୍କ ଝିଅ ଶଜା ମୋରାନି କରୋନା ସଂକ୍ରମିତ ଥିବା ଜଣା ପଡ଼ିବା ପରେ ଏବେ ତାଙ୍କ ଆଉ ଜଣେ ଝିଅ ବଲିଉଡ ଅଭିନେତ୍ରୀ ଜୋଆ ମୋରାନିଙ୍କ ମଧ୍ୟ କରୋନା ଟେଷ୍ଟ ପଜିଟିଭ ଥିବା ଜଣା ପଡ଼ିଛି। ଜୋଆ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି।

{"id":250191,"sizeSlug":"large"}

ଜୋଆ ମୋରାନି ୧୯୮୮ମସିହା ମାର୍ଚ୍ଚ ୨୯ତାରିଖରେ ଜନ୍ମ ହୋଇଥିଲେ। ସେ ପାଖାପାଖି ଏକ ଦଶକରୁ ବଲିଉଡରେ ସକ୍ରିୟ ଅଛନ୍ତି। କିନ୍ତୁ ସେ ବହୁତ କମ୍ ଫିଲ୍ମରେ କାମ କରିଛନ୍ତି।

{"id":250195,"sizeSlug":"large"}

ଜୋଆଙ୍କ ବାପା କରୀମ ମୋରାନି ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ନିକଟ ସମ୍ପର୍କୀୟ। ବହୁତ କମ୍ ଲୋକ ଜାଣିଥିବେ ଯେ ଜୋଆ ନିଜର ବଲିଉଡ କ୍ୟାରିୟରର ଆରମ୍ଭ ଏକ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କରିଥିଲେ। ତାହା ଥିଲା ଶାହରୁଖ ଖାନଙ୍କ ଓଁ ଶାନ୍ତି ଓଁ।

{"id":250199,"sizeSlug":"large"}

ଏହା ବ୍ୟତୀତ ସେ ୨୦୦୮ମସିହାରେ ଅଜୟ ଦେବଗନ ଏବଂ ବିଦ୍ୟା ବାଲାନଙ୍କ ଫିଲ୍ମ ହଲ୍ଲା ବୋଲରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରିଥିଲେ।

{"id":250201,"sizeSlug":"large"}

୨୦୧୧ମସିହାରେ ସେ ଅଲଓ୍ବେଜ କଭି କଭି ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଅଲି ଫଜଲ ଲିଡ ରୋଲରେ ନଜର ଆସିଥିଲେ। ଏହା ପରେ ସେ ୨୦୧୫ମସିହାରେ କୁନାଲ ଖେମୁଙ୍କ ସହ ଭାଗ୍ ଜହ୍ନି ଫିଲ୍ମରେ ନଜର ଆସିଥିଲେ।

{"id":250203,"sizeSlug":"large"}

ଜୋଆ ମୋରାନି ଫିଲ୍ମ ନିର୍ମାତା କରୀମ ମୋରାନିଙ୍କ ବଡ଼ ଝିଅ। ତାଙ୍କ ସାନ ଝିଅ ଶଜା ମୋରାନି ଲାଇମଲାଇଟଠୁ ଦୂରରେ ରହିବାକୁ ପସନ୍ଦ କରନ୍ତି।

{"id":250207,"sizeSlug":"large"}

ଦୁଇ ଭଉଣୀ ପରିବାର ସହ ଜୁହୁରେ ରୁହନ୍ତି। ଏଠାରେ ଅମିତାଭ ବଚ୍ଚନ,ହ୍ରିତିକ ରୋଶନ ଭଳି ବଡ଼ ଷ୍ଟାରମାନେ ରୁହନ୍ତି। ଏହା ପୂର୍ବରୁ ବଲିଉଡ ସିଙ୍ଗର କନିକା କପୁର ମଧ୍ୟ କରୋନା ପଜିଟିଭ ଥିଲେ। କିନ୍ତୁ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

{"id":250208,"sizeSlug":"large"}

କରୀମ ମୋରାନୀ ଶାହରୁଖ ଖାନଙ୍କ ଫିଲ୍ମ ରା ଓ୍ବାନ୍ ଏବଂ ଚେନ୍ନାଇ ଏକ୍ସପ୍ରେସ୍ ବ୍ୟତୀତ ଅନେକ ଫିଲ୍ମ ପ୍ରଡ୍ୟୁସ କରିଛନ୍ତି।

{"id":250209,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.