କାହିଁକି ଅଲୋଡ଼ା ସହିଦ ଯବାନ ?

Published By : Prameya-News7 Bureau | July 26, 2018 IST

ଆଜି କାର୍ଗିଲ ବିଜୟ ଦିବସ । ୧୯୯୯ ମସିହା ମେ ୩ରୁ ଆରମ୍ଭ ହୋଇ ଜୁଲାଇ ୨୬ରେ ଶେଷ ହୋଇଥିଲା କାର୍ଗିଲ ଯୁଦ୍ଧ । କାର୍ଗିଲ ଯୁଦ୍ଧରେ ଭାରତର ସମୁଦାୟ ୫୨୭ ଜଣ ଯବାନ ସହିଦ ହୋଇଥିଲେ । ପାକିସ୍ତାନ ଷଡ଼ଯନ୍ତ୍ର କରି କାର୍ଗିଲ ଦଖଲ କରିବା ପାଇଁ ୫ ହଜାର ଯବାନଙ୍କୁ ପଠାଇଥିଲା । ଯାହାର ଜବାବରେ ଭାରତ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ ବିଜୟ । ଏହି ଯୁଦ୍ଧରେ ସାହସର ସହ ଲଢ଼ି ପାକିସ୍ତାନକୁ ପରାସ୍ତ କରିଥିଲେ ଭାରତର ବୀର ଯବାନ । ଏହି ବିଜୟ ଦିବସ ଉପଲକ୍ଷେ ଆଜି ସାରା ଦେଶରେ ପାଳନ କରାଯାଉଛି ବିଜୟ ଦିବସ | ଗର୍ବରେ ଆଜି ସାରା ଦେଶରେ ପାଳନ କରାଯାଉଛି ବିଜୟର ଦିବସ । ବୀର ଯବାନଙ୍କ ବଳୀଦାନରେ ଭାରମାତାର ବିଜୟର ସୃତି ଚାରଣ କରୁଛନ୍ତି ସଭିଏଁ । ତେବେ କାର୍ଗିଲ ଯୁଦ୍ଧର ଦୀର୍ଘ ବର୍ଷ ପରେ ଆଜି ମଧ୍ୟ ସହିଦ ବୀର ଯବାନଙ୍କୁ ମିଳିପାରିନାହିଁ ସମ୍ମାନ । ଭଦ୍ରକ ଜିଲ୍ଲା ଚାନ୍ଦାବାଲିର ବୀର ଯବାନ ନିରଞ୍ଜନ ବେହେରାଙ୍କ ନା ପ୍ରତିମୂର୍ତ୍ତି ଟିଏ ନିର୍ମାଣ ହୋଇପାରିନି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.