କାର୍ଗିଲ ବିଜୟ ଦିବସ : ଭାରତୀୟ ସେନାର ପରାକ୍ରମ ଆଗରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ

Published By : Prameya-News7 Bureau | July 26, 2021 IST

ନୂଆଦିଲ୍ଲୀ, ୨୬|୦୭ :   ପରାକ୍ରମୀ ଯବାନଙ୍କ ପରାକ୍ରମକୁ ଆଜି ସାରା ଦେଶ ମନେ ପକାଉଛି ।  ମନେ ପକାଉଛି ସେହି ବୀର ପୁତ୍ରଙ୍କୁ ଯାହାଙ୍କ ପାଇଁ ଆଜି ଆମେ ଶାନ୍ତିରେ ନିଶ୍ବାସ ମାରୁଛେ । ୨୨ ବର୍ଷ ତଳେ  ପାକିସ୍ତାନର ଯୋଜନାକୁ ପଣ୍ଡ କରିଥିଲେ ଭାରତୀୟ ସେନା । କାର୍ଗିଲ ସେକ୍ଟରରେ ଉଡ଼ିଥିଲା ତ୍ରିରଙ୍ଗା । କାରଗିଲ ପାହାଡ ଉପରେ ଉଡୁଥିବା ଏହି ତ୍ରିରଙ୍ଗା, ଦେଶ ପାଇଁ ସହିଦ ହୋଇଥିବା ବୀର ଯବାନଙ୍କ ପରାକ୍ରମର ଗାଥା ବଖାଣୁଛି । ସେଦିନର ବିଜୟକୁ ମନେ ପକାଇ ଦେଶ ପାଳନ କରୁଛି ବିଜୟ ଦିବସ ।

ଆଜିର ଦିନ ଅର୍ଥାତ ଜୁଲାଇ ୨୬ରେ ଭାରତୀୟ ଯବାନମାନେ ପାକିସ୍ତାନୀ ସେନାକୁ ମାତ୍ ଦେବା ସହ  ଅପରେସନ ବିଜୟର ଶଙ୍ଖନାଦ କରିଥିଲେ । କିନ୍ତୁ ଯୁଦ୍ଧରେ ୫୨୭  ଯବାନ ସେମାନଙ୍କ ପ୍ରାଣର ଆହୁତି ଦେଇଥିଲେ । ଆଉ ସାରା ଦେଶକୁ ଏକ ଆସନ୍ନ ବିପଦ ମୁହଁରୁ ରକ୍ଷା କରିଥିଲେ । ହିମାଳୟର ବରଫାଚ୍ଛନ୍ନ ଅଞ୍ଚଳରେ ଭାରତୀୟ ସେନାର ଏଭଳି ଦୁଃସାହସ, ସବୁ ମହଲରେ ପ୍ରଶଂସା ସାଉଁଟିଥିଲା । ଆଉ ପାକିସ୍ତାନ ଭଳି ଏକ ଆତଙ୍କୀ ରାଷ୍ଟ୍ରର ଅସଲ ମୁଖା ଖୋଲି ଦେଇଥିଲା ।

ଏହି ଅବସରରେ କାଶ୍ମୀରର ଡ୍ରାସଠାରେ ଥିବା କାରଗିଲ ୱାର ମେମୋରିଆଲ୍ ରେ କାରଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସେହିପରି ଦିଲ୍ଲୀ ଇଣ୍ଡିଆ ଗେଟ୍ ରେ ଥିବା ଅମର ଯବାନ ଜ୍ୟୋତିରେ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଜମ୍ମୁ-କାଶ୍ମୀର ଗସ୍ତରେ ଅଛନ୍ତି । ସେ କାର୍ଗିଲ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.