୧୦ଲକ୍ଷ ଟଙ୍କାର ଡ୍ରେସ୍ ପିନ୍ଧି ନୂଆବର୍ଷକୁ ସ୍ବାଗତ କଲେ ଷ୍ଟାଇଲିସ୍ କରୀନା କପୁର

Published By : Prameya-News7 Bureau | January 03, 2019 IST

ମୁମ୍ବାଇ ୩/୧: ବଲିଉଡର ନବାବ ପରିବାର ସୈଫ,କରୀନା ଏବଂ ତୈମୁରଙ୍କ ସ୍ବିଜରଲ୍ୟାଣ୍ଡରେ ଛୁଟି କାଟିବାର ଫଟୋ ଇଣ୍ଟରନେଟରେ ଜୋରଦାର ଭାବେ ଭାଇରାଲ ହେବାରେ ଲାଗିଛି। ନବାବ ପରିବାର ସ୍ବିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ କରୁଛନ୍ତି।

ନ୍ୟୁ ଇୟର ସେଲିବ୍ରେସନ୍ ଅବସରରେ ସୈଫ ଅଲ୍ଲୀ ଖାନ୍ ବ୍ଲାକ୍ ପ୍ୟାଣ୍ଟ ଏବଂ ହ୍ବାଇଟ୍ ଟକ୍ସେଡୋ ପିନ୍ଧି ଅତ୍ୟନ୍ତ ହ୍ୟାଣ୍ଡସମ୍ ଦେଖାଯାଉଥିବାବେଳେ କରୀନା କପୁର ଇଣ୍ଡିଗୋ ବ୍ଲୁ କଲରର ସ୍ବିଟ୍ ଡ୍ରେସରେ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲେ।

wp:gallery {"ids":[70079]} /wp:gallery

କରୀନାଙ୍କ ଡ୍ରେସ୍ ଆଲେକଜାଣ୍ଡାର ଟେରେଖାବ ପ୍ରସ୍ତୁତ କରିଥିଲେ। ସେ ଏହି ଡ୍ରେସରେ ସବୁ ଆଡ଼ୁ ଷ୍ଟନିଙ୍ଗ୍ ଦେଖାଯାଉଥିଲେ। ଡାଏମଣ୍ଡ ଇୟର ରିଙ୍ଗସ୍,ଖୋଲା ବାଳ ଏବଂ ନ୍ୟୁଡ ମେକ ଅପ୍ ଲୁକରେ କରୀନା ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲେ। କିନ୍ତୁ ଏହି ଡ୍ରେସର ମୂଲ୍ୟ ସମସ୍ତେ ଶୁଣିଲେ ଚକିତ ହୋଇଯିବେ।

wp:gallery {"ids":[70081]} /wp:gallery

ଏହି ଡ୍ରେସର ମୂଲ୍ୟ ୧୦ହଜାର ୪୭୦ପାଉଣ୍ଡ ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ୧୦ଲକ୍ଷ ଟଙ୍କା ହେବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.