ଏବେ ତୈମୁରଙ୍କ ଫଟୋ ନେଉଥିବା ପାପାରାଜିମାନେ ହେବେ ସାବାଡ୍ : କରୀନା ଖୋଲିଲେ ମୁହଁ

Published By : Prameya-News7 Bureau | February 22, 2019 IST

ମୁମ୍ବାଇ ୨୨/୨: ତୈମୁର ଅଲ୍ଲୀ ଖାନ୍ ଦୀର୍ଘ ଦିନରୁ ଇଣ୍ଟରନେଟରେ ସେନସେସନ୍ ହୋଇଛନ୍ତି। ସୋଶିଆଲ ମିଡିଆ ତାଙ୍କ କ୍ୟୁଟ୍ ଫଟୋରେ ଭରି ରହିଛି। ତୈମୁର ଯେବେ ଘରୁ ବାହାରିଥାଆନ୍ତି ପାପାରାଜିମାନେ ତାଙ୍କ ଫଟୋ ନେବାକୁ ଭୁଲନ୍ତି ନାହିଁ। ଖାସ୍ କରି କରୀନା ଏବଂ ସୈଫଙ୍କ ଆଉଟିଙ୍ଗରେ ପାପାରାଜି ତୈମୁରଙ୍କୁ ଅପେକ୍ଷା କରିଥାଆନ୍ତି। ପାପାରାଜିଙ୍କ ପାଇଁ କରୀନା ଏବଂ ସୈଫ ସବୁବେଳେ ଚିନ୍ତାରେ ରହିଛନ୍ତି। ଏବେ ଆଉ ଥରେ କରୀନା ଏହି ବିଷୟରେ ମୁହଁ ଖୋଲିଛନ୍ତି।

{"id":87514,"width":594,"height":446}

ଏକ ସାକ୍ଷାତକାରରେ କରୀନାଙ୍କୁ ତୈମୁର ଏବଂ ପାପାରାଜିଙ୍କ ବିଷୟରେ ପଚରାଯାଇଥିବାବେଳେ କରୀନା କହିଥିଲେ ଯେ ଏହା ଅତ୍ୟନ୍ତ ଦାୟିତ୍ବହୀନତାର ବିଷୟ। କରୀନା କହିଛନ୍ତି ହଲିଉଡରେ ସେଲିବ୍ରିଟିମାନେ ନିଜ ପିଲାଙ୍କ ମୁହଁ ଘୋଡ଼ାଇ ଦିଅନ୍ତି। କରୀନା ଏବଂ ସୈଫ ଚାହାନ୍ତି ନାହିଁ ତାଙ୍କ ପୁଅ କୈାଣସି ଜିନିଷକୁ ଦେଖିଲେ ଡରୁ କିମ୍ବା ଚମକି ଯାଉ ଯେ ତା’ ଆଖ ପାଖରେ କ’ଣ ଘଟୁଛି।

{"id":87515,"width":595,"height":446}

କରୀନା କୁହନ୍ତି ତାଙ୍କ ପୁଅ ସ୍ବାଧୀନ ଭାବରେ ନିଜ ଜୀବନ ବଞ୍ଚୁ। ତାଙ୍କ କହିବା କଥା ଯେ ପାପାରାଜିଙ୍କୁ ଟିକେ ଦାୟିତ୍ବବାନ୍ ହେବା ଉଚିତ୍ କାରଣ ତୈମୁର ଏବେ ଟିକି ପିଲା। କରୀନା ଚାହାନ୍ତି ତାଙ୍କ ପୁଅ ମାଆ ବାପାଙ୍କ ଭଳି କୁଲ୍ ହେଉ ଯାହାର ଗୀତ ଏବଂ ଖେଳ ପ୍ରତି ସଉକ ରହୁ।

{"id":87516,"width":595,"height":396}

କରୀନା କପୁର ଖାନ୍ ଅକ୍ଷୟ କୁମାରଙ୍କ ସହ ‘ଗୁଡ୍ ନ୍ୟୁଜ’ରେ ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ତାଙ୍କ ସହ କିଆରା ଆଡଭାନି ଏବଂ ଦିଲଜିତ ଦୋସାଞ୍ଝ ମଧ୍ୟ ଅଭିନୟ କରୁଛନ୍ତି।  

{"id":87517,"width":596,"height":340}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.