ରାଜ କପୁରଙ୍କ ‘ ଏ ଭାଇ ଜରା ଦେଖ କେ ଚଲୋ’ଗୀତରେ କରାଯାଉଛି କରୋନା ସଚେତନତା , ପୋଲିସ୍‌ଙ୍କୁ ସାଲ୍ୟୁଟ କଲେ କରୀନା

Published By : Prameya-News7 Bureau | January 18, 2022 IST

ନୂଆଦିଲ୍ଲୀ ୧୮।୦୧: ବଲିଉଡର ବେବୋ କରୀନା କପୁରଙ୍କ ଅଭିନୟ ଓ ଷ୍ଟାଇଲ୍‌ ପାଇଁ ବେଶ ଜଣାଶୁଣା । ହେଲେ ସେ ଦିବଙ୍ଗତ ତଥା ଭେଟରାନ୍ ଅଭିନେତା ରାଜ କପୁର ତାଙ୍କ ଜେଜେଙ୍କର ଖୁବ୍‌ ନିକଟତର ଥିଲେ । ଏନେଇ ସେ କ୍ୟାମେରା ସାମ୍ନାରେ ବହୁଥର ମଧ୍ୟ ଖୁଲାସା କରିଛନ୍ତି। ବର୍ତ୍ତମାନ ନିକଟରେ ଜେଜେ ରାଜ କପୁରଙ୍କ ଗୀତରେ କରୋନା ସେଚତନତା ବାର୍ତ୍ତା ଦିଆଯାଉଥିବା ଦେଖି ସେ ପୁଣି ତାଙ୍କୁ ମନେ ପକାଇଛନ୍ତି।

wp:html
/wp:html

ପୁନେ ପୋଲିସ କରୋନା ସଚେତନତା ପାଇଁ ଏକ ନିଆରା ଉପାୟ ଆପଣାଇଛି। ଦିବଙ୍ଗତ ଅଭିନେତା ରାଜ କପୁରଙ୍କ ଫିଲ୍ମ ‘ମେରା ନାମ ଜୋକର’ରୁ ପ୍ରେରିତ ହୋଇ ଏହି କ୍ୟାମ୍ପେନ ଆରମ୍ଭ କରିଛନ୍ତି । ରାଜ କପୁରଙ୍କ ଗୀତ ଗାଇ ଲୋକଙ୍କୁ ମାସ୍କ ପିନ୍ଧିବା ସହ କରୋନାକୁ ହଲକାରେ ନ ନେବା ପାଇଁ ପୋଲିସ୍‌ କହୁଛି । ‘ ଏ ଭାଇ ଜରା ଦେଖ କେ ଚଲୋ…’ ଗୀତଟିକୁ ପୋଲିସ୍‌ ଏକ ଭିନ୍ନ ଟ୍ୱିଷ୍ଟ ସହ ଗାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଏବେ କରୀନା ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି।ଏନେଇ କ୍ୟାପସନ୍‌ରେ କରୀନା ଲେଖିଛନ୍ତି, ‘ଅଦ୍ଭୁତ ଅତି ସୁନ୍ଦର ଭିଡିଓ। ଏଥି ସହିତ ପୁନେ ପୋଲିସକୁ ସେ ସାଲ୍ୟୁଟ ମଧ୍ୟ କରିଛନ୍ତି। ସୂଚନା ମୁତାବକ, ରାଜ କପୁରଙ୍କ ଫିଲ୍ମ ‘ମେରା ନା

ଜୋକର’ ୧୯୭୦ରେ ରିଲିଜ ହୋଇଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା, ଏଡିଟ୍‌ ଏବଂ ପ୍ରଡ୍ୟୁସ ଆର୍‌କେ ଫିଲ୍ମ ବ୍ୟାନର ତଳେ ରାଜ କପୁର ହିଁ କରିଥିଲେ। ଏହି ଫିଲ୍ମଟିକୁ ଖ୍ୱାଜା ଅହମ୍ମଦ ଅବ୍ବାସ ଲେଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.