Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସାରା-ଇବ୍ରାହିମଙ୍କୁ ବହୁତ ସ୍ନେହ କରନ୍ତି କିନ୍ତୁ ଆଜି ଯାଏଁ ସୈଫଙ୍କ ଏକ୍ସ ୱାଇଫ୍ ଙ୍କୁ ଭେଟି ନାହାନ୍ତି ବେବୋ

23/10/2021 at 5:53 PM

ମୁମ୍ବାଇ ୨୩/୧୦ : ବଲିଉଡରେ ଏମିତି ଅନେକ ସମ୍ପର୍କ ଅଛି ଯାହା ପ୍ରେମରେ ଆରମ୍ଭ ହୋଇଥାଏ କିନ୍ତୁ ଖୁବ ଶୀଘ୍ର ସେହି ସମ୍ପର୍କରେ ପୂର୍ଣ୍ଣଛେଦ ପଡିଯାଇଥାଏ। ସୈଫ ଅଲି ଖାନ ଓ ଅମୃତା ସିଂହଙ୍କ ସମ୍ପର୍କ ମଧ୍ୟ ପ୍ରେମରୁ ଆରମ୍ଭ ହୋଇଥିଲା। ବିବାହ ପରେ ଦୁଇ ସନ୍ତାନ ହୋଇଥିଲେ। ପରେ ସମ୍ପର୍କ ଖଟା ହୋଇଯାଇଥିଲା। ବିବାହର ୧୩ ବର୍ଷ ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ସୈଫ କରିନା କପୁରଙ୍କୁ ବିବାହ କଲେ କିନ୍ତୁ ଅମୃତା ସିଂହ ପୁଅ-ଝିଅ ଇବ୍ରାହିମ ଓ ସାରାଙ୍କ ସହ ରହିବାକୁ ନିଷ୍ପତ୍ତି ନେଲେ। ଇବ୍ରାହିମ ଓ ସାରାଙ୍କ ସହ କରିନାଙ୍କର ମଧୁର ସମ୍ପର୍କ ଅଛି। କିନ୍ତୁ ଅମୃତାଙ୍କ ସହ ଆଜି ଯାଏଁ ତାଙ୍କର ସାକ୍ଷାତ ହୋଇନାହିଁ। ଏନେଇ କରିନା ନିଜେ ଖୁଲାସା କରିଛନ୍ତି।

କରଣ ଜୋହରଙ୍କ ଲୋକପ୍ରିୟ ଚାଟ ଶୋ’ କଫି ୱିଥ କରଣ-୬ ରେ କରିନା ପ୍ରିୟଙ୍କାଙ୍କ ସହ ଯାଇଥିଲେ। କଥାବାର୍ତ୍ତା ବେଳେ କରଣ ଅମୃତା ସିଂହ ବିଷୟରେ ପଚାରିଥିଲେ। କରଣ ଜୋହର କରିନାଙ୍କୁ ଲଗାତାର ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ। ସେ ଅମୃତ ସିଂହଙ୍କ ବିଷୟରେ ମଧ୍ୟ ପଚାରିଥିଲେ। ବେବୋ କହିଥିଲେ ଯେ ସେ କେବେ ଅମୃତଙ୍କୁ ଭେଟି ନାହାନ୍ତି। କରିନାଙ୍କ ଏହି ଖୁଲାସା କରଣଙ୍କୁ ଚକିତ କରିଦେଇଥିଲା।

କରଣ ଜୋହର ପଚାରିଥିଲେ ଯେ ଆପଣ ଦୁହେଁ ପରସ୍ପର ସହ କଥା ହୁଅନ୍ତି ? ଜବାବରେ କରିନା କହିଥିଲେ ଯେ ‘ଆମେ କଥା ହେଉନି କିନ୍ତୁ ମୁଁ ତାଙ୍କୁ ସମ୍ମାନ ଦିଏ। ଆମେ କେବେ ସାକ୍ଷାତ ବି କରିନୁ।’ ସେ କହିଥିଲେ ଯେ ସୈଫଙ୍କଠୁ ଅଲଗା ହେବାର ବହୁତ ବର୍ଷ ପରେ ସେ ତାଙ୍କୁ ଭେଟିଥିଲେ। ସେତେବେଳେ ସେ ସିଙ୍ଗଲ ଥିଲେ।

ଅମୃତା ସିଂହ ସୈଫ ଅଲି ଖାନଙ୍କ ଠାରୁ ଅଲଗା ହେବାପରେ କେବେ ବି ତାଙ୍କ ସହ କୌଣସି ପ୍ରକାର ସମ୍ପର୍କ ରଖିନାହାନ୍ତି। ନିଜର ଦୁଇ ସନ୍ତାନକୁ ସେ ପାଳିଥିଲେ ଓ ତାଙ୍କ ସହ ଖୁସିରେ ଜୀବନ ବିତାଉଛନ୍ତି। କରିନା କେବେ ଅମୃତାଙ୍କୁ ସାକ୍ଷାତ କରିନଥିଲେ ମଧ୍ୟ ତାଙ୍କର ଦୁଇ ସନ୍ତାନଙ୍କୁ ବହୁତ ସ୍ନେହ କରନ୍ତି। ସାରା ଓ ଇବ୍ରାହିମଙ୍କ ସହ କରିନାଙ୍କର ଅନେକ ଫଟୋ ଭାଇରାଲ ହୋଇଥାଏ। ସାରା-ଇବ୍ରାହିମ ମଧ୍ୟ କରିନାଙ୍କୁ ବହୁତ ସମ୍ମାନ କରନ୍ତି।

ସୈଫ ଓ କରିନା ୨୦୧୨ ରେ ବିବାହ କରିଥିଲେ। ଫିଲ୍ମ ‘ଟଶନ’ର ଶୁଟିଂ ବେଳେ ଉଭୟେ ପ୍ରେମରେ ପଡିଯାଇଥିଲେ। କିଛି ବର୍ଷ ଡେଟ କରିବା ପରେ ଦୁହେଁ ବିବାହ କରିଥିଲେ। ସୈଫ-କରିନାଙ୍କ ଦୁଇ ପୁଅ ଅଛନ୍ତି।

   Related Posts