ବଲିଉଡ୍ର କେବଳ ଏହି ଦୁଇଜଣ ହ୍ୟାଣ୍ଡସମ –କରୀନା କପୂର
4/10/2019 at 6:06 PM

ମୁମ୍ବାଇ୪|୧୦: ବଲିଉଡରେ ସଫଳ ଅଭିନେତ୍ରୀଙ୍କ ତାଲିକାରେ କରୀନା କପୂରଙ୍କ ନାଁ ରହିଛି। ତାଙ୍କ ବିବାହ ପରେ ବି ପୂର୍ବଭଳି କରୀନାଙ୍କ କ୍ରେଜ ରହିଛି। ତାଙ୍କର ଦମଦାର ଅଭିନୟ ପାଇଁ ଦର୍ଶକ ତାଙ୍କୁ ବେଶ ପସନ୍ଦ କରନ୍ତି। ନିକଟରେ ଏକ ସାକ୍ଷାତକାରରେ ଜଣେ ମହିଳା ଆଙ୍କର କରୀନାଙ୍କୁ ପ୍ରଶ୍ନ ପଚାରିଥିଲେ, ବଲିଉଡ ଇଣ୍ଡଷ୍ଟ୍ରିରେ ସବୁଠାରୁ ହ୍ୟାଣ୍ଡସମ ଅଭିନେତା କିଏ? ଏହି ପ୍ରଶ୍ନର ଉତ୍ତରେ କରୀନା ଦୁଇଜଣ ଅଭିନେତାଙ୍କ ନାଁ କହିଥିଲେ।
ବଲିଉଡ୍ର ଅଭିନେତା ଶାହରୁଖ ଖାନଙ୍କୁ କରୀନା ଛୋଟବେଳୁ ବହୁତ ପସନ୍ଦ କରନ୍ତି। ଶାହରୁଖଙ୍କ ଅଭିନୟର କରୀନା ଜଣେ ବଡ଼ ପ୍ରଶଂସିକା । ଶାହରୁଖ ତାଙ୍କର ପ୍ରିୟ ଅଭିନେତା ସହ ସବୁଠାରୁ ହ୍ୟାଣ୍ଡସମ ବୋଲି କରୀନା କହିଥିଲେ।
ଦ୍ବିତୀୟରେ କରୀନା ତାଙ୍କ ଦାଦା ରାଜ କପୂରଙ୍କ ନାଁ କହିଥିଲେ। ରାଜ କପୂର ତାଙ୍କର ଆଦର୍ଶ ଏବଂ କରୀନ ତାଙ୍କ ଠାରୁ ବହୁତ କିଛି ଶିଖିଛନ୍ତ। ବଲିଉଡରେ ଶାହରୁଖ ଖାନ ଓ ରାଜ କପୂର ଦୁଇଜଣ ସବୁଠାରୁ ହ୍ୟାଣ୍ଡସମ ବୋଲି କରୀନା ଶେଷରେ କହିଥିଲେ।