'ଗୁଡ୍ ନ୍ୟୁଜ୍' ଚଳଚ୍ଚିତ୍ରରେ ମା କରିନାଙ୍କ ସହ ଡେବ୍ୟୁ କରିବେ ୨ ବର୍ଷର ପୁଅ ତୈମୁର୍ !

Published By : Prameya-News7 Bureau | April 02, 2019 IST

ମୁମ୍ବାଇ୨|୪: ବଲିଉଡର ଶ୍ରେଷ୍ଠ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଓ ବେବୋ କରୀନା କପୁର ଖାନ୍‌ଙ୍କ ପୁଅ ତୈମୁର୍‌ ଅଲ୍ଲୀ ଖାନ୍‌ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ବଲିଉଡର ଷ୍ଟାର୍‌ କିଡ୍‌ମାନଙ୍କ ମଧ୍ୟରେ ତୈମୁର୍‌ ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି। ଅଧିକାଂଶ ସମୟରେ ତୈମୁରଙ୍କ ଫଟୋ ଏବଂ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥାଏ। ଗତ କିଛି ଦିନ ତଳେ ତୈମୁରଙ୍କ ନାଆଁରେ ଏକ କଣ୍ଢେଇ ଓ କୁକିଜ୍‌ ବଜାରକୁ ଆସିବ ବୋଲି ଖବର ଆସିଥିଲା। ତାହା ହେଲା ଯେ ତୈମୁର ଅଲ୍ଲୀ ଖାନ୍‌ ବଲିଉଡରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି।

{"id":99273}

ସୂଚନାଯୋଗ୍ୟ ଯେ, ମା କରିନାଙ୍କ ଆଗାମୀ ଫିଲ୍ମ 'ଗୁଡ୍‌ ନ୍ୟୁଜ୍‌'ରେ ବଲିଉଡରେ ଡେବ୍ୟୁ କରିବେ ଷ୍ଟାର୍‌ କିଡ୍‌ ତୈମୁର। ତୈମୁର ଏହି ଫିଲ୍ମରେ ମାତ୍ର ୧୦ ମିନିଟ୍‌ ପାଇଁ ରୋଲ୍‌ କରିବେ। 'ଗୁଡ୍‌ ନ୍ୟୁଜ୍‌' ଚଳଚ୍ଚିତ୍ରରେ କରିନା କପୁର ଖାନ୍‌, ଅକ୍ଷୟ କୁମାର, ଦିଲଜିତ୍‌ ଦୋସାନ୍‌ଝ ଓ କିଆରା ଆଡ଼ଭାନୀ ମୁଖ୍ୟ ଭୂମିକାରେ ଅଭିନୟ କରିବୋ।

{"id":99274}

କିଛି ଦିନ ତଳେ ସୋସିଆଲ ମିଡିଆରେ ତୈମୁରଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ କିଆରାଙ୍କ ସହିତ ତୈମୁରଙ୍କୁ ଦୌଡିବାର ଦେଖାଯାଇଥିଲା । ରିପୋର୍ଟ ଅନୁସାରେ ଚଳିତ ବର୍ଷ ସେପଟେମ୍ବର ମାସ ଏହି ଫିଲ୍ମ ମୁକ୍ତିଲାଭ କରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.