ଭୋପାଲରୁ କଂଗ୍ରେସର ଟିକେଟ ନେଇ ବିଜେପି ବିପକ୍ଷରେ ଲଢ଼ିବେ କରିନା କପୁର !

Published By : Prameya-News7 Bureau | January 21, 2019 IST

ଭୋପାଲ ୨୧/୧ : ୨୦୧୮ ବିଧାନସଭା ନିର୍ବାଚନରେ ରାଜସ୍ଥାନ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ବିଜେପି କଂଗ୍ରେସ ଠାରୁ ହାରି ଯାଇଥିଲା | ଏହି ବିଜୟକୁ କଂଗ୍ରେସ ବଜାୟ ରଖିବାକୁ ଚାହୁଁଚି | ଏହି ରଣନୀତିକୁ ଆଖି ଆଗରେ ରଖି କଂଗ୍ରେସର କିଛି ନେତା ବିଜୟ ପାଇଁ ନୂଆ ଫର୍ମୁଲା ବାହାର କରିଛନ୍ତି | ଏହି ନେତାଙ୍କ କହିବାନୁଯାୟୀ, ଭୋପାଲ ଆସନରୁ କେଉଁ ବଡ ନେତାଙ୍କୁ ନନେଇ ବଲିଉଡର କରିନା କପୁରଙ୍କୁ ଛିଡା କରାଇବେ | କଂଗ୍ରେସ ନେତା ଯୁକ୍ତି କରିଛନ୍ତି ଯେ, ଭୋପାଲରେ ବହୁ ବର୍ଷ ହେଲା ବିଜେପି ଏକଛତ୍ର ଶାସନ କରିଆସୁଛି |

{"id":76489,"width":588,"height":329}

ଭୋପାଲରେ ବିଜେପି ସରକାରଙ୍କ ସ୍ଥିତି ମଧ୍ୟ ମଜବୁତ ବୋଲି କଂଗ୍ରେସ ନେତା କହିଛନ୍ତି | ଏଭଳି ସ୍ଥିତିରେ ଭୋପାଲରେ ବିଜେପିକୁ ହରାଇବା ପାଇଁ କଂଗ୍ରେସର କୌଣସି ବଡ ନେତାଙ୍କୁ ଟିକେଟ ନଦେଇ ବରଂ କରିନା କପୁର ଖାନଙ୍କୁ ଟିକେଟ ଦେଲେ ଭଲ ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ମତ ପୋଷଣ କରିଛନ୍ତି | କାରଣ କରିନା କପୁରଙ୍କ ଫ୍ୟାନ ଫଲୋୟିଙ୍ଗ ବହୁତ ଅଧିକ | ସେଥିପାଇଁ ଯୁବ ପିଢ଼ି କରିନା କପୁରଙ୍କୁ ନିଶ୍ଚୟ ଭୋଟ ଦେବେ |

{"id":76486}

କଂଗ୍ରେସର ବରିଷ୍ଠ ନେତା ଗୁଡ୍ଡୁ ଚୌହାନ ଏବଂ ଅନିସ ଖାନ କହିଛନ୍ତି ଯେ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମିଳିଥିବା ବିଜୟ ଲୋକସଭା ନିର୍ବାଚନରେ ମଧ୍ୟ ବଜାୟ ରଖିବାକୁ ଚାହୁଁଚି | ସେଥିପାଇଁ ଦଳ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଲାଣି | ଅନିସ କହିଛନ୍ତି ଯେ, କରିନା ପଟିଦାର ବଂଶର ବୋହୁ | ଭୋପାଲ ସହ କରିନାଙ୍କ ସ୍ୱାମୀ ସୈଫ ଅଲି ଖାନଙ୍କ ବହୁତ ପୁରୁଣା ସମ୍ବନ୍ଧ ରହିଛି | ସୈଫଙ୍କ ବଂଶଜ ବହୁ ଆଗରୁ ଭୋପାଲରେ ରହିଆସୁଛନ୍ତି | ଏଭଳି ସ୍ଥିତିରେ ଖାନ ପରିବାରର ଲୋକପ୍ରିୟତା କଂଗ୍ରେସ ପାଇଁ ବଡ ବିଜୟ ଆଣିବ ବୋଲି କଂଗ୍ରେସ ନେତା କହିଛନ୍ତି | ଏହି ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସହ ବହୁତ ଶୀଘ୍ର ଆଲୋଚନା କରିବେ ବୋଲି କହିଛନ୍ତି |

{"id":76487}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.