Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପ୍ରଥମ ଥର ସୈଫଙ୍କୁ ନେଇ ନିଜ ମନ କଥା କହିଲେ କରୀନା : ସ୍ବାମୀଙ୍କୁ ସୁନ୍ଦରୀ ଝିଅଙ୍କ ସହ କଥା ହେବାବେଳେ ଦେଖି କ’ଣ ହୋଇଥାଏ ତାଙ୍କ ପ୍ରତିକ୍ରିୟା

10/06/2020 at 5:00 PM

ମୁମ୍ବାଇ ୧୦/୬: ସ୍କ୍ରିନରେ ହିଟ୍ ଯୋଡ଼ିଠୁ ଆରମ୍ଭ କରି ରିୟଲ ଲାଇଫରେ ପାଓ୍ବାରଫୁଲ କପଲ୍ ଭାବେ ସୈଫ ଅଲ୍ଲୀ ଖାନ ଏବଂ କରୀନା କପୁର ଖାନଙ୍କୁ ଦେଖାଯାଇଥାଏ। କିନ୍ତୁ ଅସଲରେ କରୀନା କପୁର ମଧ୍ୟ ସାଧାରଣ ଝିଅ ଭଳି,ଯିଏ ନିଜ ପାର୍ଟନରଙ୍କୁ ଅନ୍ୟ କୌଣସି ଝିଅ ସହ କଥା ହେବା ଦେଖି ହିଂସା କରିଥାନ୍ତି। ନିଜେ କରୀନା ଏକଥା ସ୍ବୀକାର କରିଛନ୍ତି।

View this post on Instagram

Cutest duo || @kareenakapoorkhan 😂❤

A post shared by Kareena Kapoor Khan FC (@kareenakapoorteam) on

କରୀନା ଏବଂ ସୈଫଙ୍କ ଏକ ପୁରୁଣା ସାକ୍ଷାତକାର ଏବେ ପୁଣି ଥରେ ସୋସିଆଲ୍ ମିଡିଆରେ ସେୟାର କରାଯାଉଛି। ଏହି ସାକ୍ଷାତକାର ଫିଲ୍ମ କୁର୍ବାନର ପ୍ରମୋସନ ସମୟରେ। ସୈଫ ଏବଂ କରୀନା ଏହି ଫିଲ୍ମ ପୂର୍ବରୁ ହିଁ ଡେଟିଂ ଆରମ୍ଭ କରିଥିଲେ।

ଏହି ସାକ୍ଷାତକାରରେ କରୀନା ଏବଂ ସୈଫଙ୍କୁ ପଚରାଯାଇଥିଲା ଯେ ଉଭୟଙ୍କ ମଧ୍ୟରେ କିଏ ଅଧିକ ପୋଜେସିଭ? ଏଥିରେ ସୈଫ ଜବାବ ଦେଇଥିଲେ ଯେ ଏହି ମାମଲାରେ ଦୁହେଁ ଏକାଭଳି। ସେହିପରି କରୀନା କହିଥିଲେ ଯେ ସେ ମଧ୍ୟ ସେତିକି ପୋଜେସିଭ ଯେତେ ସୈଫ।

କରୀନା କହିଥିଲେ,‘ ଯଦି କୌଣସି ସୁନ୍ଦର ଏବଂ ଭଲ ଝିଅ ଆସି ସୈଫଙ୍କ ସହ କଥା ହେଉଛନ୍ତି ତେବେ ସେ ଈର୍ଷା କରିଥାନ୍ତି।’ ସୈଫ ଏବଂ କରୀନା ଦୀର୍ଘ ଦିନ ଡେଟିଂ କରିବା ପରେ ୨୦୧୨ମସିହାରେ ବିବାହ କରିଥିଲେ। ସେମାନଙ୍କ ଗୋଟିଏ ପୁଅ ରହିଛି ଯାହାର ନାଁ ତୈମୁର ଅଲ୍ଲୀ ଖାନ୍।

ବର୍ତ୍ତମାନ କରୋନା ଭାଇରସ୍ ଲକଡାଉନ୍ ଯୋଗୁଁ ଦୁହେଁ କୌଣସି ପ୍ରୋଜେକ୍ଟରେ କାମ କରୁ ନାହାନ୍ତି ଏବଂ କେବଳ ଘରେ ନିଜ ସମୟ ବିତାଉଛନ୍ତି। ସୈଫଙ୍କ ଶେଷ ଫିଲ୍ମ ‘ଜଓ୍ବାନି ଜାନେମନ’ ଥିବାବେଳେ କରୀନା କପୁରଙ୍କ ଶେଷ ଫିଲ୍ମ ଠିକ୍ ଲକଡାଉନ୍ ପୂର୍ବରୁ ‘ଇଂରାଜୀ ମିଡିୟମ୍’ ଥିଲା।

   Related Posts