ଇନଷ୍ଟାଗ୍ରାମକୁ ଫେରିଲେ କରୀନା, କ୍ୟାଟ୍ ଭିଡିଓ ଭାଇରାଲ୍ ପରେ ସେୟାର କଲେ ଫଟୋ

Published By : Prameya-News7 Bureau | March 06, 2020 IST

ମୁମ୍ବାଇ ୬/୩: ବଲିଉଡ ଅଭିନେତ୍ରୀ କରୀନା କପୁର ଫିଲ୍ମ ‘ଗୁଡ ନ୍ୟୁଜ’ରେ ଅକ୍ଷୟ କୁମାରଙ୍କ ସହ ନଜର ଆସିଥିଲେ। ଉଭୟଙ୍କ ଯୋଡ଼ି ଦର୍ଶକେ ଖୁବ୍ ପସନ୍ଦ କରିଥିଲେ। ଫିଲ୍ମ ବକ୍ସ ଅଫିସରେ ୩୦୦କୋଟିରୁ ଅଧିକ ଆୟ କରିଥିଲା। ସବୁଠୁ ଖାସ୍ କଥା ହେଉଛି ଏହା ଯେ ଏତେ ଲୋକପ୍ରିୟତା ସତ୍ବେ କରୀନା ଇନଷ୍ଟାଗ୍ରାମରୁ ଦୂରେଇ ରୁହନ୍ତି।

wp:core-embed/instagram {"url":"https://www.instagram.com/p/B9YdcuSJllM/","type":"rich","providerNameSlug":"instagram","className":""}
https://www.instagram.com/p/B9YdcuSJllM/
/wp:core-embed/instagram

ଲାଗୁଛି କରୀନାଙ୍କ ଫ୍ୟାନଙ୍କ ଅପେକ୍ଷାର ଅନ୍ତ ଏବେ ଘଟିବାକୁ ଯାଉଛି କାରଣ କରୀନା ଇନଷ୍ଟାଗ୍ରାମକୁ ଫେରି ସାରିଛନ୍ତି। ଇନଷ୍ଟାଗ୍ରାମରେ କରୀନା କପୁର ଖାନଙ୍କ ନାଁରେ ଏକ ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟରେ ପୂର୍ବରୁ ୭୨.୨ହଜାର ଫଲୋଅର୍ସ ଅଛନ୍ତି। ଏବେ ସୁଦ୍ଧା ଏହି ଆକାଉଣ୍ଟରେ ପ୍ରୋଫାଇଲ୍ ପିକ୍ଚର ଲାଗିନାହିଁ,କିନ୍ତୁ ଏହି ଆକାଉଣ୍ଟରୁ ଏକ ଭିଡିଓ ସେୟାର କରାଯାଇଛି,ଯେଉଁଥିରେ ବେବୋ ଆସିବାର ଖବର ରହିଛି।

wp:core-embed/instagram {"url":"https://www.instagram.com/p/B9V4ulcpYl6/","type":"rich","providerNameSlug":"instagram","className":""}
https://www.instagram.com/p/B9V4ulcpYl6/
/wp:core-embed/instagram

କିନ୍ତୁ ଏବେ ସୁଦ୍ଧା ଏହାର କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। କିନ୍ତୁ ଭିଡିଓର କମେଣ୍ଟ ସେକ୍ସନ ଦେଖି ଜଣା ପଡ଼ୁଛି ଯେ କରୀନା ଇନଷ୍ଟାଗ୍ରାମରେ ପାଦ ଥାପିଛନ୍ତି। କମେଣ୍ଟ ସେକ୍ସନରେ କରୀନାଙ୍କ ଫ୍ୟାନମାନେ ତାଙ୍କ ସ୍ବାଗତ କରିଛନ୍ତି। ଏକ ସାକ୍ଷାତକାରରେ କରୀନା ଇନଷ୍ଟାଗ୍ରାମରେ ଆସିବା କଥା କହିଥିଲେ। ସେ କହିଥିଲେ,‘ ଏହା ତାଙ୍କ ଅଫିସିଆଲ ପେଜ,ଯେଉଁଥିରେ ତାଙ୍କ ସହ ଜଡ଼ିତ ସବୁ ଅପଡେଟ୍ ମିଳିବ ଏବଂ କେତେକ ପର୍ସନାଲ ଫଟୋ ମଧ୍ୟ ମିଳିବ।’

{"id":233728,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.