Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସାରାଙ୍କ କଥା ଶୁଣି କରୀନା କହିଲେ ବୋରିଙ୍ଗ୍ ;ଜବାବ ଦେଲେ ସାରା,ସେବେ ଖାଉଥିଲି ,ଏବେ କିଣିବାକୁ ପଇସା ଅଛି…

8/02/2020 at 2:08 PM

ମୁମ୍ବାଇ ୮/୨: କରୀନା କପୁରଙ୍କ ରେଡିଓ ଶୋ ରେ ନିକଟରେ ସାରା ଅଲ୍ଲୀ ଖାନ୍ ପହଞ୍ଚିଥିଲେ। ଶୋ ରେ ସାରା ସମସ୍ତ ପ୍ରଶ୍ନର ଖୋଲାଖୋଲି ଉତ୍ତର ଦେଇଥିଲେ। ତୈମୁରଙ୍କଠୁ ଆରମ୍ଭ କରି ନିଜ ଅତ୍ୟଧିକ ଓଜନକୁ ନେଇ ସାରା ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ସାରା ଏପରି କିଛି କହିଥିଲେ ଯାହା ଶୁଣି କରୀନା ତାଙ୍କୁ ବୋରିଙ୍ଗ୍ କହିଥିଲେ।

ଫିଲ୍ମକୁ ଆସିବା ପୂର୍ବରୁ ସାରାଙ୍କ ଓଜନ ବହୁତ ବେଶୀ ଥିଲା। ନିକଟରେ ସାରା ନିଜ ଇନଷ୍ଟାଗ୍ରାମରେ ନିଜର ଏକ ପୁରୁଣା ଭିଡିଓ ସେୟାର କରିଥିଲେ ଯେଉଁଥିରେ ତାଙ୍କର ଅତ୍ୟଧିକ ଓଜନ ଯୋଗୁଁ ଚିହ୍ନି ହୋଇନଥିଲା। ଶୋ ରେ କରୀନା ଏହା ବିଷୟରେ କହିଥିଲେ ଯେ ‘ଓଜନ କମିବା ପରେ ତାଙ୍କ ଜୀବନରେ କ’ଣ ପରିବର୍ତନ ହୋଇଛି?’

ସାରା ତାଙ୍କ ଖାଦ୍ୟପେୟ ଉପରେ ଯଥେଷ୍ଟ ନିୟନ୍ତ୍ରଣ କରିଥିଲେ। କରୀନା କହିଥିଲେ ‘ ଏବେ ସେ(ସାରା) ପିଜ୍ଜା ଖାଉନଥିବାରୁ ଏବଂ ବାକି ଜିନିଷ କିଛି କରୁନଥିବାରୁ ସାରା ଏବେ ବୋରିଙ୍ଗ୍ ହୋଇଯାଇଛନ୍ତି।’ ଏଥିରେ ସାରା ଉତ୍ତର ଦେଇଥିଲେ,‘ ହଁ,କିନ୍ତୁ ଏବେ ସେ ପିଜ୍ଜା କିଣିବା ପାଇଁ ଟଙ୍କା ରୋଜଗାର କରିପାରୁଛନ୍ତି। ଏହା କିପରି ଲାଗିଲା?’

କରୀନା ଆଗକୁ ପଚାରିଥିଲେ ଯେ ,‘ଏହା ବ୍ୟତୀତ,ତାଙ୍କ ଟ୍ରାନ୍ସଫର୍ମେସନ ଉପରେ ଅନେକ ଲୋକ କମେଣ୍ଟ କରିଥିଲେ?’ ସାରା କହିଥିଲେ ଯେ ,‘ ତାଙ୍କୁ କେହି କମେଣ୍ଟ କରି ନାହାନ୍ତି। ତାଙ୍କୁ ଏସବୁ ପ୍ରତି କୌଣସି ଫରକ ପଡ଼େ ନାହିଁ। ଅତ୍ୟଧିକ ଓଜନ ଥିବା ସତ୍ବେ ତାଙ୍କ ଆତ୍ମବିଶ୍ବାସ କମ୍ ନଥିଲା।’

କରୀନା ସାରାଙ୍କୁ ପଚାରିଥିଲେ ଯେ, ‘ସେ ଓ୍ବାନ୍ ନାଇଟ୍ ଷ୍ଟାଣ୍ଡରେ ସାମିଲ ଅଛନ୍ତି’? କରୀନା ଏହା ମଧ୍ୟ କହିଥିଲେ ଯେ ଆମେ ଏକ ଆଧୁନିକ ପରିବାରର ଅଂଶ ବିଶେଷ। ପ୍ରଶ୍ନର ଉତ୍ତର ଦେଇ ସାରା କହିଥିଲେ ଯେ,‘ ଏପରି କେବେ ହୋଇନାହିଁ। ଏହା ପରେ କରୀନା ଦୀର୍ଘ ନିଃଶ୍ବାସ ଛାଡ଼ିଥିଲେ। ସାରା କେବେବି ରିଲେସନଶିପରେ କାହାକୁ ଧୋକା ଦେଇନଥିବା କହିଥିଲେ।

ଫିଲ୍ମ କଥା କହିବା ଯଦି ସାରା ‘ଲଭ ଆଜକଲ ୨’ ଫିଲ୍ମରେ ନଜର ଆସୁଛନ୍ତି। ଏଥିରେ ତାଙ୍କ ସହ କାର୍ତ୍ତିକ ଆର୍ଯ୍ୟନ୍ ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମଟି ଭାଲେଣ୍ଟାଇନ୍ ଡେ ଅବସରରେ ରିଲିଜ ହେବ।

ଏହା ବ୍ୟତୀତ ସାରା,ବରୁଣ ଧଓ୍ବନଙ୍କ ସହ ‘କୁଲି ନମ୍ବର ୧’ର ରିମେକରେ ନଜର ଆସୁଛନ୍ତି।

   Related Posts