ଭୁଲରେ କରୀନାଙ୍କୁ ଧକ୍କା ମାରି ଦେଲେ ପ୍ରଶଂସକ, ରାସ୍ତା ମଝିରେ କଲେ ଗାଳି...

Published By : Prameya-News7 Bureau | November 03, 2021 IST

ମୁମ୍ବାଇ ୦୩।୧୧ : ବଲିଉଡରେ ବେବୋ ନାମରେ ପରିଚିତ କରୀନା କପୁର ଖାନ୍‌ । ତାଙ୍କ ସୁନ୍ଦରତା ଓ ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚା । ତାଙ୍କ ସବୁବେଳେ ଟିକେ ଟିକେ କଥାରେ ନାକ ଉପରେ ରାଗ । କିନ୍ତୁ ବର୍ତ୍ତମାନ ଗତକାଲି ସୋସିଆଲ ମିଡିଆରେ ତାଙ୍କର ଏକ ରାଗି ଯିବାର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ହୋଲି  ସମୟର ଜଣାପଡିଛି, ଯେଉଁଥିରେ ଜଣେ ପ୍ରଶଂସକ ହଠାତ୍ କରିନା କପୁରଙ୍କୁ ଠେଲି ଦେଇଛନ୍ତି। ଏହା ପରେ କରୀନା କପୁରଙ୍କ ରାଗି ଯିବାର ପ୍ରତିକ୍ରିୟା ଦେଖିବାକୁ ମିଳଲା । ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା କରୁଛନ୍ତି । ଏହା ସହିତ, ଏହି ଭିଡିଓକୁ ମଧ୍ୟ ଖୁବ୍‌ ସେୟାର କରାଯାଉଛି ।

wp:html /wp:html

ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଫାଟକ ସାମ୍ନାରୁ ବାହାରକୁ ଆସୁଥିବା ବେଳେ ଜଣେ ପ୍ରଶଂସକ ହଠାତ୍ କରିନାଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ପ୍ରଶଂସକ ତାଙ୍କ ଭୁଲକୁ ଅନୁଭବ କରୁଛନ୍ତି ଯେ ସେତେବେଳକୁ କରୀନାଙ୍କ ମୁହଁ ରାଗ ଦେଖିବାକୁ ମିଳୁଛି । କରୀନା ହଠାତ୍‌ ବୁଲି ଯାଇ ସେହି ପ୍ରଶଂସକକୁ ଚାହିଁ ରାସ୍ତା ମଝିରେ ପାଟି କରିବାକୁ ଲାଗିଲେ । ଏହା ପରେ ସେ ପ୍ରଶଂସକ କରୀନାଙ୍କୁ ସରି ମାମ୍‌’ମଧ୍ୟ କହୁଛନ୍ତି । ତଥାପି, କରୀନା ଏତେ ରାଗିକି ଅଛନ୍ତି ଯେ କୌଣସି ଉତ୍ତର ନ ଦେଇ ଆଗକୁ ଚାଲି ଯାଆନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.