Thursday, January 23, 2020

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୀନା କପୁରଙ୍କୁ ନକଲ କରୁ କରୁ ନିଜେ ହୋଇଗଲେ ହିରୋଇନ୍ : ଜାଣନ୍ତୁ କିଏ?

ମୁମ୍ବାଇ ୧୫/୧: ନିଜ ପ୍ରଥମ ଫିଲ୍ମ ରିଲିଜ ପୂର୍ବରୁ ହିଁ ଶିବାଲିକା ଓବେରୟଙ୍କୁ ବିଦ୍ୟୁତ ଜାମଓ୍ବାଲଙ୍କ ବିପକ୍ଷରେ ଆଉ ଏକ ଫିଲ୍ମ ମିଳି ଯାଇଛି। ବଲିଉଡରେ ପାଦ ଥାପି ସାରିଥିବା ଶିବାଲିକା କ୍ୟାମେରା ଆଗରେ ନିଜକୁ ପ୍ରମାଣିତ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି।

ଶିବାଲିକା କୁହନ୍ତି ‘ ଯେତେବେଳେ ସେ ସେଟରେ ଥାଆନ୍ତି ସେ​‌ତେବେଳେ ସେ ନିର୍ଦେଶକଙ୍କ ପାଇଁ ଛାତ୍ରୀ ବୋଲି ନିଜକୁ ଉପସ୍ଥାପିତ କରିଥାଆନ୍ତି। ସେ ସ୍କ୍ରିପ୍ଟକୁ ବହୁତ ଥର ପଢ଼ିଥାଆନ୍ତି ଏବଂ ଏହାକୁ ବୁଝିବାକୁ ଉଦ୍ୟମ କରିଥାଆନ୍ତି। ସେ ଏହାକୁ ନୋଟ୍ କରି ଦେଇଥାଆନ୍ତି।

ପିଲାଦିନୁ ଶିବାଲିକା ଅନ୍ୟ ଅଭିନେତ୍ରୀ ଏବଂ ଖାସ୍ କରି ନିଜ ପ୍ରିୟ କରୀନା କପୁରଙ୍କ ନକଲ କରୁଥିଲେ। କିନ୍ତୁ ଶିବାଲିକା ନିଜ ପୁରୁଷ ସହ-ଅଭିନେତାଙ୍କ ସହ ଅନ୍ୟ ଅନୁଭବୀ ଅଭିନେତାଙ୍କଠୁ ଅଧିକ ପ୍ରେରଣା ପାଇଥିଲେ। ସିନେମା ସହ ଜଡ଼ିତ ସବୁ ଜିନିଷ ତାଙ୍କୁ ଦେଖିବାକୁ ବେଶୀ ଭଳ ଲାଗିଥାଏ।

355 Views

   ସମ୍ବନ୍ଧିତ ଖବର


Loading...