ମୁଁ ଆହୁରି ୨୧ ପାଇଁ ପ୍ରସ୍ତୁତ....ରିଫ୍ୟୁଜୀ କ୍ଲିପ୍‌ ସହ ବଲିଉଡ୍‌ରେ ଦୁଇ ଦଶନ୍ଧି ପୂରଣର ମେସେଜ୍ ଦେଲେ କରୀନା

Published By : Prameya-News7 Bureau | July 01, 2021 IST

ମୁମ୍ବାଇ ୦୧/୦୭: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଇଣ୍ଡଷ୍ଟ୍ରିରେ ୨୧ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ସେ ତାଙ୍କ ସୋସିଆଲ୍ ଆକାଉଣ୍ଟରେ ଏକ ଖାସ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ପ୍ରଥମ ଫିଲ୍ମ ‘ରିଫ୍ୟୁଜୀ’ର ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳୁଛି । ଏହି ଭିଡିଓ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ତାଙ୍କର ଦୁଇ ଦଶନ୍ଧିର ଯାତ୍ରା ବିଷୟରେ କହିଛନ୍ତି । ଏହି ଭିଡିଓରେ କରୀନା ଜେପି ଦତ୍ତା ଏବଂ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ କରୀନା ଅଭିନେତା ଅଭିଷେକ ବଚ୍ଚନଙ୍କୁ ମଧ୍ୟ ତାଙ୍କ ପୋଷ୍ଟରେ ଟ୍ୟାଗ୍ କରିଛନ୍ତି ।

wp:html
/wp:html

କରୀନା ଏବଂ ଅଭିଷେକ ଫିଲ୍ମ ‘ରିଫ୍ୟୁଜୀ’ରୁ ଏକାଠି ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମ ଜୁନ୍ ୩୦,୨୦୦୦ ମସିହାରେ ରିଲିଜ୍ ହୋଇଥିଲା । ଯେଉଁଥିରେ ଜେପି ଦତ୍ତା କପୁର ଏବଂ ବଚ୍ଚନ ପରିବାରର ଦୁଇ ଷ୍ଟାରକିଡଙ୍କୁ ଲଞ୍ଚ କରିଥିଲେ । ଏହି ଫିଲ୍ମରେ କରୀନା ଏବଂ ଅଭିଷେକଙ୍କ ଅଭିନୟକୁ ବେଶ ପସନ୍ଦ କରାଯାଇଥିଲା କିନ୍ତୁ ଫିଲ୍ମଟି କିଛି ବିଶେଷ ଖାସ କରି ପାରିନଥିଲା ।

ଏହି ଭିଡିଓ ସହିତ କରୀନା କ୍ୟାପ୍ସନରେ ଲେଖିଛନ୍ତି, '୨୧ ବର୍ଷ ... କୃତଜ୍ଞ, ଖୁସି, ଭାଗ୍ୟଶାଳୀ, ଅନୁପ୍ରାଣିତ, ଉତ୍ସାହୀ ... ଆହୁରି ୨୧  ... ମୁଁ ପ୍ରସ୍ତୁତ ଅଛି । ଆପଣଙ୍କ ନିରନ୍ତର ପ୍ରେମ ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ '। ଏହି ପୋଷ୍ଟରେ ଅଭିଷେକ ବଚ୍ଚନଙ୍କୁ ଟ୍ୟାଗ୍ କରି କରୀନା #JPDutta #JPFilms ହ୍ୟାସଟ୍ୟାଗ୍ ମଧ୍ୟ ବ୍ୟବହାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.