ଥ୍ରୀ ଇଡିଅଟ୍ସ ପରେ ପୁଣି ଏକା ସାଥିରେ ନଜର ଆସିବେ କରୀନା କପୁର-ମୋନା ସିଂ

Published By : Prameya-News7 Bureau | June 28, 2021 IST

ନୂଆଦିଲ୍ଲୀ ୨୮/୦୬: କରୀନା କପୁରଙ୍କ ୩ ଇଡିଅଟ୍ସ ଫିଲ୍ମରେ ତାଙ୍କ ବଡ଼ ଭଉଣୀ ଭୂମିକାରେ ଅଭିନୟ କରିଥିବା ମୋନା ସିଂ ପୁଣିଥରେ ବେବୋଙ୍କ ସହ ଫିଲ୍ମରେ ନଜର ଆସିବେ। ବିଶେଷ କଥା ହେଉଛି ଅମୀର ଖାନ ମଧ୍ୟ ଏହି ଫିଲ୍ମରେ ରହିବେ। ଏହି ସିନେମାର ନାମ ହେଉଛି ଲାଲ ସିଂ ଚଢା। ଆମୀର ଖାନଙ୍କ ଏହି ଫିଲ୍ମର ସୁଟିଂ ବର୍ତ୍ତମାନ ବାକି ଅଛି । ତେଣୁ ଯଥାଶୀଘ୍ର ଏହାକୁ ସମାପ୍ତ କରିବା ପରେ ଏହାର ରିଲିଜ୍ ତାରିଖ ଚୂଡାନ୍ତ ହେବ । ଏଥି ସହିତ, ନିକଟରେ ହୋଇଥିବା ଏକ ଇଣ୍ଟରଭ୍ୟୁରେ ମୋନା ସିଂ ସୁଟିଂ ସମୟରେ କରୀନା କପୁରଙ୍କ ସହ ବିତାଇଥିବା ସମୟକୁ ମନେ ପକାଇଛନ୍ତି।

ଲାଲ ସିଂ ଚଢା ସୁଟିଂ ସମୟରେ ମୋନା ସିଂ କରୀନା କପୁରଙ୍କ ସହ ତାଙ୍କ ବିବାହ ବିଷୟରେ କହିଥିଲେ, ଯାହା ଶୁଣି କରିନା ବହୁତ ଖୁସି ହୋଇଥିଲେ। ଏହା ପରେ କରିନା ମୋନାଙ୍କୁ କହିଥିଲେ ଯେ ଏହା ଶୁଣି ସେ ବହୁତ ଖୁସି ଅଛନ୍ତି। ୨୦୦୯ ରେ ଲାଲ ସିଂ ଚଢା ପୂର୍ବରୁ ରିଲଜ୍ ହୋଇଥିବା ୩ ଇଡିୟଟରେ ଦୁହେଁ ଏକାଠି ନଜର ଆସିଥିଲେ। ଉଭୟ ଭଉଣୀ ଭୂମିକାରେ ଅଭିନୟ କରିଥିଲେ ଏବଂ ମୋନା ସିଂଙ୍କୁ ମଧ୍ୟ ଏହି ଭୂମିକାରେ ଖୁବ୍ ପସନ୍ଦ କରାଯାଇଥିଲା।

ଅମୀର ଖାନଙ୍କ ଲାଲ ସିଂ ଚଢା ହଲିଉଡ ଫିଲ୍ମ ଫରେଷ୍ଟ ଗୁମ୍ପରର ହିନ୍ଦୀ ରିମେକ। ଏହି ଫିଲ୍ମରେ କରୀନା କପୁର ଅମିରଙ୍କ ପତ୍ନୀ ଭୂମିକାରେ ନଜର ଆସିବେ। ଏହାପୂର୍ବରୁ, ଉଭୟଙ୍କ ଯୋଡିଙ୍କୁ ୩ ଇଡିୟଟରେ ବହୁତ ପସନ୍ଦ କରାଯାଇଥିଲା । ଫିଲ୍ମରେ ଏଣ୍ଟ୍ରି ବିଷୟରେ ମୋନା କହିଛନ୍ତି ଯେ ସେ କିପରି ଏହି ଭୂମିକା ଗ୍ରହଣ କରିଛନ୍ତି। ତାଙ୍କ କହିବାନୁସାରେ, ଆମୀର ଖାନ ନିଜେ ତାଙ୍କୁ ଅଫିସକୁ ଡାକିଥିଲେ ଏବଂ ଏହି ଅଫର୍ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.