Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଶ୍ରୀଲଙ୍କା ଗସ୍ତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିବାର ଥିଲା, ଏହାର କାରଣ କହିଲେ କୋଚ୍‌

14/07/2021 at 4:35 PM

ନୂଆଦିଲ୍ଲୀ ୧୪/୦୭: ୧୮ ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ସୀମିତ ଓଭର ସିରିଜ୍‌ ଖେଳିବାକୁ ଯାଉଛି ଟିମ୍‌ ଇଣ୍ଡିଆ । ଦୁଇ ଟିମ୍‌ ମଧ୍ୟରେ ପ୍ରଥମେ ୩ଟି ଦିନିକିଆ ଏବଂ ତିନୋଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳାଯିବ। ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଟିମ୍‌ ଇଣ୍ଡିଆର ପ୍ରାୟ ଖେଳାଳି କମ୍‌ ବୟସର ହୋଇଥିବା ବେଳେ ସେମାନଙ୍କ ପାଖରେ କମ୍‌ ଅନୁଭବ ରହିଛି। ତେଣୁ ବରିଷ୍ଠ ଖେଳାଳି ଭାବେ ଶିଖର ଧଓ୍ବନଙ୍କୁ ଏହି ଗସ୍ତରେ ଅଧିନାୟକ ଦାୟିତ୍ବ ଦେଇଛି ବିସିସିଆଇ। କିନ୍ତୁ ଏହି ଦୌଡ଼ରେ ଭୁବନେଶ୍ବର କୁମାର ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଥିଲେ।

ଭୁବିଙ୍କୁ ଉପଅଧିନାୟକ କରାଯାଇଥିବା ବେଳେ ପାଣ୍ଡ୍ୟାଙ୍କୁ କୌଣସି ଦାୟିତ୍ବ ମିଳିନାହିଁ। ଏହାକୁ ନେଇ ତାଙ୍କ ପିଲାଦିନର କୋଚ୍‌ ନାରାଜ ହୋଇଛନ୍ତି। ତାଙ୍କୁ ଲାଗୁଛି ପାଣ୍ଡ୍ୟା ଭାରତୀୟ କ୍ରିକେଟର ଭବିଷ୍ୟତ ଯଦି ତାଙ୍କୁ ଟିମ୍‌ର ଦାୟିତ୍ବ ଦିଆଯାଏ ତେବେ ସେ ଏକ ନୂଆ ଶିଖରରେ ପହଞ୍ଚିପାରିବେ । କୋଚ୍‌ ଜିତେନ୍ଦ୍ର ସିଂହ କ୍ରିକେଟନେକ୍ସଟ୍‌ ସହ ଆଲୋଚନା ବେଳେ ଶ୍ରୀଲଙ୍କା ଗସ୍ତରେ ହାର୍ଦ୍ଦିକଙ୍କୁ ଅଧିନାୟକ କରାନଯିବାକୁ ନେଇ ନାରାଜ ହୋଇଛନ୍ତି। ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଭାରତୀୟ ଟିମ୍‌ରେ ଯେଉଁ ଖେଳାଳି ଅଛନ୍ତି ସେମାନଙ୍କ ମଧ୍ୟରେ ଫାଣ୍ଡ୍ୟା ଏକମାତ୍ର ଖେଳାଳି ଯିଏ ୩ ଫର୍ମାଟରେ ଅଧିନାୟକ ହେବାରେ ସମର୍ଥ। ସେ ଅଧିନାୟକଙ୍କ ପାଇଁ ଜଣେ ଭଲ ବିକଳ୍ପ ହୋଇପାରିଥାନ୍ତେ। କାରଣ ସେ ଆଗାମୀ ୫-୭ ବର୍ଷ ପର୍ଯ୍ୟନ୍ତ କ୍ରିକେଟ ଖେଳିପାରନ୍ତି। ତାଙ୍କ ପାଖରେ ନୂଆ ବିଚାର ଏବଂ ପ୍ରଭାବ ରହିଛି। ସେ ଭବିଷ୍ୟତକୁ ଦେଖି ବିଶେଷ କରି ହ୍ବାଇଟ୍‌ ବଲ୍‌ କ୍ରିକେଟରେ ଜଣେ ଅଧିନାୟକ ଭାବେ ଭଲ ଖେଳିପାରିବେ ବୋଲି ସେ କହିଛନ୍ତି ।

ସେ ଆଗକୁ ଆହୁରି କହିଛନ୍ତି, ପାଣ୍ଡ୍ୟା ଟେଷ୍ଟ କ୍ରିକେଟ୍‌ରେ ଜଣେ ଭଲ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇପାରନ୍ତି। ଏଥିପାଇଁ ତାଙ୍କ ପାଖରେ ଜରୁରୀ ଟେକନିକ୍‌, ମାନସିକତା ଏବଂ କ୍ଷମତା ରହିଛି। ତାଙ୍କ ଉପରେ ପରିସ୍ଥିତିର ଚାପ ପଡ଼େ ନାହିଁ। ସେ ଦୀର୍ଘ ଫର୍ମାଟ୍‌ରେ ବଡ଼ ପାଳି ଖେଳିପାରନ୍ତି ବୋଲି ଜିତେନ୍ଦ୍ର ସିଂହ କହିଛନ୍ତି । ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା, ଅଣ୍ଟାରେ ସର୍ଜରି ଯୋଗୁଁ ଟେଷ୍ଟ କ୍ରିକେଟରୁ ଦୂରରେ ରହିଛନ୍ତି ।

ସେ ଭାରତ ପାଇଁ ୨୦୧୮ରେ ଶେଷ ଥର ପାଇଁ ଟେଷ୍ଟ ଖେଳିଥିଲେ। ସେ ଅଧିକ ବୋଲିଂ କରିପାରୁ ନଥିବାରୁ ତାଙ୍କୁ ଏବେ ଟେଷ୍ଟ ମ୍ୟାଚ୍‌ରେ ମଉକା ଦିଆଯାଉନାହିଁ । ଏପରିକି ଦିନିକିଆରେ ତାଙ୍କୁ ଚୟନ କରିବାକୁ ନେଇ ବହୁ ବରିଷ୍ଠ ଖେଳାଳି ପ୍ରଶ୍ନ କରୁଛନ୍ତି । କାରଣ ୧୦ ଓଭର ବୋଲିଂ କରିପାରୁନଥିବାରୁ ଭାରତ ପାଖରେ ବୋଲର ଅଭାବ ଦେଖାଦେଉଛି। ଏଥିପାଇଁ ଭାରତୀୟ ଟିମ୍‌କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

   Related Posts