ସାଉଥ ଆଫ୍ରିକାରେ ଅନୁଷ୍ଠିତ ନବମ କମନ୍ ୱେଲ୍ଥ କରାଟେ ଚାମ୍ପିଅନସିପ୍‌ରେ ସଫଳତା ହାସଲ କରିଥିବା କୃତି ପ୍ରତିଯୋଗୀ ଫେରିଲା ଓଡିଶା

Published By : Prameya-News7 Bureau | December 05, 2018 IST

ଭୁବନେଶ୍ୱର ୫/୧୨ : ସାଉଥ ଆଫ୍ରିକାର ଡର୍ବାନରେ ଅନୁଷ୍ଠିତ ନବମ କମନ୍ ୱେଲ୍ଥ କରାଟେ ଚାମ୍ପିଅନସିପ୍‌ରେ ସଫଳତା ହାସଲ କରି ଓଡିଶା ଫେରିଛନ୍ତି କୃତି ପ୍ରତିଯୋଗୀ । ଆଜି ସକାଳୁ ଭୁବନେଶ୍ବର ବିମାନବନ୍ଦରରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଓଡିଶାର କରାଟେ କ୍ବିନ ଭାଲେନା ଭାଲେଣ୍ଟିନା, ବିଭିନ୍ନ ଅନୁଷ୍ଠାନ ଓ ସ୍କୁଲର ଛାତ୍ରଛାତ୍ରୀମାନେ ତାଙ୍କୁ ସ୍ବାଗତ କରିଥିଲେ । ଏହି ପ୍ରତିଯୋଗିତାରେ ଭାରତରୁ ମୋଟ ୧୫୦ ପ୍ରତିଯୋଗୀ ଭାଗର ନେଇଥିଲେ । ସେଥିରୁ ଓଡିଶାର ୯ ଜଣ ଥିଲେ । ଯେଉଁମାନେ କି ବିଭିନ୍ନ ବର୍ଗରେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରି ଓଡିଶା ପାଇଁ ଗୌରବ ଆଣିପାରିଛନ୍ତି । ନଭେମ୍ବର ୨୯ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଏହି ଚାମ୍ପିୟନସିପ ଚାଲିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.