କରାଟେ ଚାମ୍ପିଅନ୍ ପତ୍ନୀଙ୍କ ବାଉଟ୍‌ ମାଡରେ ସ୍ବାମୀ ମେଡିକାଲରେ, କହିଲେ ମୋତେ ବଞ୍ଚାଅ…

Published By : Prameya-News7 Bureau | January 27, 2020 IST

ଏକ ଅଦ୍ଭୁତ ଏବଂ ବେଶ ଆଲୋଡକ ପାରିବାରିକ ହିଂସା । କରାଟେ ଚାମ୍ପିଅନ୍‌ ସ୍ତ୍ରୀର ମାଡରେ ସ୍ବାମୀଙ୍କ ଅବସ୍ଥା ବେହାଲ। ଏମିତି ମାଡ ଖାଇଛନ୍ତି ଯେ, ଡାକ୍ତରଖାନାରେ ପଡିଛନ୍ତି। ସାମାନ୍ୟ କଳି ଝଗଡାରୁ ପ୍ରେମ ବିବାହ ଏବେ ଯନ୍ତ୍ରଣାଦାୟକ ହୋଇଛି। ବିଚରା ସ୍ବାମୀ ଏନେଇ ପୋଲିସରେ ବିଧିବଧ ଅଭିଯୋଗ କରିନଥିଲେ ମଧ୍ୟ ସ୍ତ୍ରୀଙ୍କ ଅତ୍ୟାଚାରରୁ ମୁକ୍ତି ପାଇଁ ପୋଲିସର ସହାୟତା ଲୋଡିଛନ୍ତି। ଦିଲ୍ଲୀ ନିକଟସ୍ଥ ନୋଏଡାରେ ଏଭଳି ଘଟଣା ଘଟିଛି।

{"id":216590,"sizeSlug":"large"}

ସୋସିଆଲ ମିଡିଆରେ ଜଣେ ଯୁବକ କରାଟେ ଚାମ୍ପିଅନ୍‌ ଯୁବତୀଙ୍କୁ ପ୍ରେମ କରି ବିବାହ କରିଥିଲେ। ହେଲେ ବିବାହ ପରେ ସବୁକିଛି ବଦଳିଯାଇଥିଲା। ଦାମ୍ପତ୍ୟ ଜୀବନରେ ଅନେକ ଅସୁବିଧାର ସାମ୍ନା କଲେ ଯୁବକ। ଜୀବନସାଥୀ ପାଇଁ ଜୀବନରେ ହଇଚଇ ସୃଷ୍ଟି ହୋଇଥିଲା। ଯେବେ ବି ଉଭୟଙ୍କର ଝଗଡା ହେଉଥିଲା, ସ୍ତ୍ରୀ ନିଜ ସ୍ବାମୀଙ୍କ ଉପରେ କରାଟେର ପ୍ରତିଭା ଦେଖାଉଥିଲେ।

{"id":216591,"width":585,"height":328,"sizeSlug":"large"}

ନିକଟରେ ଉଭୟଙ୍କର ଝଗଡା ଏତେ ମାତ୍ରାରେ ବଢିଯାଇଥିଲା ଯେ, ସ୍ତ୍ରୀ  ତାଙ୍କ ସ୍ବାମୀର ଗୋଡ ଭାଙ୍ଗିଦେଇଥିଲେ। ପରବର୍ତ୍ତି ସମୟରେ ସ୍ବାମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହାତ ହୋଇଥିବା ସ୍ବାମୀ ଡାକ୍ତରଖାନାରେ ହୁଇଲ ଚେୟାରରେ ଥିବା ପରିସ୍ଥିତିରେ ପୋଲିସଙ୍କୁ ସାହାଯ୍ୟ ମାଗିଥିଲେ। ନିଜ ସ୍ତ୍ରୀଙ୍କଠାରୁ ବଞ୍ଚାଇବାକୁ ଅନୁରୋଧ କରିଥିଲେ। ମହିଳାମାନଙ୍କ ପାଇଁ ଘରୋଇ ହିଂସାରୁ ବଞ୍ଚିବା ପାଇଁ ସରକାର ଅନେକ ଆଇନ୍‌ କରିଛି। ହେଲେ ଏହି ମାମଲାରେ ପୁରୁଷ ଘରୋଇ ହିଂସାର ଶିକାର ହୋଇଛି। ନୋଏଡା ସ୍ଥିତ ସେକ୍ଟର ୧୯ରେ କରାଟେ ଚାମ୍ପିଅନ୍‌ ପତ୍ନୀ ନିଜ ସ୍ବାମୀଙ୍କୁ ପିଟି ପିଟି ଦରମରା କରିଦେଇଛନ୍ତି। ଏବେ ଆହାତ ସ୍ବାମୀ ଏବେ ବି ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.